Top Stories

Search here...

News

୫ ବର୍ଷ ପରେ ଅଗ୍ନୀପଥ ଯୋଜନାରେ ବର୍ଷକୁ ମିଳିବ ଏକ ଲକ୍ଷ ନିଯୁକ୍ତି; ସେନା ମୁଖ୍ୟ କହିଲେ ଏବେ ନୁହେଁ ୧୯୮୯ରୁ ହୋଇଥିଲା ଯୋଜନା 

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 13, 2022 07:41 AM

୪ରୁ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ସେନାରେ ୫୦ରୁ ୬୦ ହଜାର ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଲକ୍ଷ ରଖାଯାଇଛି । ଯାହା ଧିରେ ଧିରେ ବଢିବା ସହ ବର୍ଷକୁ ୯୦ ହଜାରରୁ ଲକ୍ଷେ ୨୫ ହଜାର ପର୍ଯ୍ୟନ୍ତ ନିଯୁକ୍ତି ମିଳିବ ।

 

BBSR Reporters


ନୂଆଦିଲ୍ଲୀ: ଅଗ୍ନୀପଥ ଯୋଜନାକୁ ନେଇ ବିରୋଧ ତେଜୁଥିବା ବେଳେ ଯୁବପିଢିଙ୍କ ନିଯୁକ୍ତି ନେଇ ସେନା ଅଧିକାରୀ କହିଛନ୍ତି,  ୩ ସେନାରେ ଅଧିକ ଯୁବକଙ୍କୁ ନିଯୁକ୍ତି ପାଇଁ ଏହି ନୁଆ ବ୍ୟବସ୍ଥା କରାଯାଇଛି । ୪ରୁ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ସେନାରେ ୫୦ରୁ ୬୦ ହଜାର ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଲକ୍ଷ ରଖାଯାଇଛି । ଯାହା ଧିରେ ଧିରେ ବଢିବା ସହ ବର୍ଷକୁ ୯୦ ହଜାରରୁ ଲକ୍ଷେ ୨୫ ହଜାର ପର୍ଯ୍ୟନ୍ତ ନିଯୁକ୍ତି ମିଳିବ ।

 

ପ୍ରତିବର୍ଷ ୧୭ ହଜାର ୬୦୦ ସୈନ୍ୟ ସ୍ୱେଚ୍ଛାକୃତ ଅବସର ନେଉଛନ୍ତି । ସେନାରୁ ଅବସର ନେବା ପରେ ସେମାନେ କଣ କରୁଛନ୍ତି  ବୋଲି କେହି ପଚାରୁନାହାଁନ୍ତି ।  କିନ୍ତୁ ଅଗ୍ନିବୀରଙ୍କ ସମ୍ପୁର୍ଣ ଦାୟିତ୍ୱ ସରକାର  ନେବେ ।

 

ସେ ଆହୁରୀ କହିଛନ୍ତି ଏହି ଯୋଜନା, ଏବେ ନୁହେଁ ୧୯୮୯ରୁ ଏଭଳି ଯୋଜନା ସହ ସିଡିଏସ୍ ନିଯୁକ୍ତ ପାଇଁ ଲକ୍ଷ ରଖାଯାଇଥିଲା । ସେନାରେ କିପରି ଅଧିକ ଯୁବପିଢିଙ୍କୁ ନିଯୁକ୍ତି ମିଳିବ ସେନେଇ ତର୍ଜମା ପରେ ନିଷ୍ପତି ନିଆଯାଇଥିଲା । ୫୦ ପ୍ରତିଶତ ଯୁବପିଢି ଏବଂ ୫୦ ପ୍ରତିଶତ ଅଭିଜ୍ଞତା ଥିବା ସେନାକୁ ନେଇ ଏକ ସନ୍ତୁଳନ ରକ୍ଷାକରାଯାଇପାରିବ ବୋଲି ସେ କହିଛନ୍ତି । ସେନାରେ ଅଧିକାଂଶ ଯବାନଙ୍କ ବୟସ ୩୦ ଉପରେ ରହୁଛି ଏହି ବୟସ ତାରତମ୍ୟ କମାଇବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି ।
 

Related News
satta king tw