Top Stories

Search here...

News

୨୪ ଘଣ୍ଟା ମଧ୍ୟରେ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ, ପଜିଟିଭିଟି ରେଟ୍‌ ୭.୨୫%ରୁ ଖସି ୫.୦୨%ରେ ପହଞ୍ଚିଛି

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 06:13 AM

ପ୍ରତିଦିନ ଦୈନିକ ସଂକ୍ରମଣ କମୁଥିବାରୁ ଆରୋଗ୍ୟ ହାର ମଧ୍ୟ ହ୍ରାସ ପାଉଛି। ମଙ୍ଗଳବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ତଳକୁ ଖସିଛି।

 

BBSR Reporters

 

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଆଉ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସୋମବାର ୮୩,୮୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ସୋମବାର ତୁଳନାରେ ଆଜି ୧୯.୪% କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ରେଟ୍‌ ବା ଟିପିଆର ୭.୨୫%ରୁ ଖସି ୫.୦୨%ରେ ପହଞ୍ଚି ଯାଇଛି। ସାପ୍ତାହିକ ଟିପିଆର ୮.୩୦%। ସୋମବାର ମୋଟ ୧୩,୪୬,୫୩୪ଟି ନମୁନା ପରୀକ୍ଷା କରାଯାଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୩,୩୯,୬୧୧ ହୋଇଛି।

 

ଗୋଟିଏ ଦିନରେ ୧,୮୦,୪୫୬ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୦୮,୪୦,୬୫୮ରେ ପହଞ୍ଚି ଯାଇଛି। ଆରୋଗ୍ୟ ହାର ୯୬.୪୬% ଥିବା ବେଳେ ମୃତ୍ୟୁହାର ୧.୧୯% ରହିଛି। ପ୍ରତିଦିନ ଦୈନିକ ସଂକ୍ରମଣ କମୁଥିବାରୁ ଆରୋଗ୍ୟ ହାର ମଧ୍ୟ ହ୍ରାସ ପାଉଛି। ମଙ୍ଗଳବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ତଳକୁ ଖସିଛି। ଏବେ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ରହି ମୋଟ ୯,୯୪,୮୯୧ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୪,୦୪୭ କିମିଛି। ସକ୍ରିୟ ଆକ୍ରାନ୍ତଙ୍କ ହାର ମୋଟ ସଂକ୍ରମଣର ୨.୩୫%।

 

ଅନ୍ୟପକ୍ଷରେ ଦେଶରେ କରୋନା ବିରୋଧୀ ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି। ୨୪ ଘଣ୍ଟାରେ ୫୫,୭୮,୨୯୭ ଡୋଜ୍‌ର ଟିକାକରଣ ହୋଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୧,୭୦,୨୧,୭୨,୬୧୫ ଡୋଜର ଟିକାକରଣ କରାଯାଇ ପାରିଛି। କେରଳର ସର୍ବାଧିକ ୨୨,୫୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬,୪୩୬, କର୍ଣ୍ଣାଟକାରେ ୬,୧୫୧, ତାମିଲନାଡୁରେ ୫,୧୦୪ ଓ ମଧ୍ୟପ୍ରଦେଶରୁ ୩,୯୪୫ ଜଣ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଏହି ୫ ରାଜ୍ୟରୁ ମୋଟ ସଂକ୍ରମଣର ୬୫.୩୩% ଆକ୍ରାନ୍ତ ରହିଛନ୍ତି। କେବଳ କେରଳରୁ ୩୩.୩୨% ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ଦିନକରେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୧୧୮୮ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ୨୪ ଘଣ୍ଟାରେ ପ୍ରାଣ ହରାଇଥିବା ଲୋକ ଓ ବିଭିନ୍ନ ରାଜ୍ୟରେ ଚାଲିଥିବା ଅଡିଟ ରିପୋର୍ଟକୁ ଆଧାର କରି ଏହି ତାଲିକା ପ୍ରକାଶ ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୦୪,୦୬୨କୁ ବୃଦ୍ଧି ପାଇଛି।

 

Related News
satta king tw