Top Stories

Search here...

News

ବୟସ୍କଙ୍କ କ୍ଷେତ୍ରରେ ଡେଲ୍ଟା ଭଳି ପ୍ରଭାବ ପକାଉଛି ଓମିକ୍ରନ୍ 

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 04:42 AM

ଯଦିଓ ଗତ କିଛିଦିନ ହେଲା କରୋନାର ଦୈନିକ ସଂକ୍ରମଣ କମିବାରେ ଲାଗିଛି । ହେଲେ ଅସ୍ୱଭାବିକ ଭାବେ ବଢି ଚାଲିଛି ମୃତୁ୍ୟହାର ।

 

BBSR Reporters 


ନୂଆଦିଲ୍ଲୀ: ବୟସ୍କଙ୍କ କ୍ଷେତ୍ରରେ ଡେଲ୍ଟା ଭଳି ବ୍ୟବହାର କରୁଛି ଓମିକ୍ରନ୍ । ଅର୍ଥାତ ବୟସ୍କଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରୁଛି ଓମିକ୍ରନ୍ । କାରଣ ହସ୍ପିଟାଲରେ ରୋଗୀ ସଂଖ୍ୟା ଓ କରୋନା ଜନିତ ମୃତୁ୍ୟ ସଂଖ୍ୟା ବଢୁଛି । ଯଦିଓ ଗତ କିଛିଦିନ ହେଲା କରୋନାର ଦୈନିକ ସଂକ୍ରମଣ କମିବାରେ ଲାଗିଛି । ହେଲେ ଅସ୍ୱଭାବିକ ଭାବେ ବଢି ଚାଲିଛି ମୃତୁ୍ୟହାର ।

 

ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦ ଜଣଙ୍କ ମୃତୁ୍ୟ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଫେବ୍ରୁଆରୀ ୧ ତାରିଖରୁ ଆଜିସୁଦ୍ଧା ୧୪୨ ଜଣଙ୍କ କରୋନାରେ ମୃତୁ୍ୟ ହେଲାଣି । ଗତ ଶୁକ୍ରବାର ଓ ରବିବାର ସର୍ବାଧିକ ୨୩ ଜଣ ଲେଖାଏ ପ୍ରାଣ ହରାଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୮ ହଜାର ୭୩୪ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ କେବଳ ତୃତୀୟ ଲହରରେ ୩୫୦ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

 

ଓମିକ୍ରନକୁ ସାଧାଣ ଫ୍ଲୁ-ରୋଗ ଭାବେ ଲୋକେ ବିଚାର କରୁଥିବାବେଳେ ମୃତୁ୍ୟହାର ବୃଦ୍ଧି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବୟସ୍କଙ୍କ କ୍ଷେତ୍ରରେ ଡେଲ୍ଟା ଭଳି ବ୍ୟବହାର କରୁଛି ଓମିକ୍ରନ ଭୂତାଣୁ । ବୟସ୍କ କିମ୍ବା ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କ ପ୍ରତିରୋଧ ଶକ୍ତି କମ୍ ଥିବାରୁ ସେମାନଙ୍କୁ ହସ୍ପିଟାଲ ଯିବାକୁ ପଡୁଛି । ସ୍ୱାଶକ୍ରିୟାରେ ସମସ୍ୟା, ଖାଦ୍ୟ ଗ୍ରହଣ କମିଯିବା ଓ ଡିହାଇଡ୍ରେସନ୍ ଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯାହା ଆକ୍ରାନ୍ତଙ୍କୁ ମୃତୁ୍ୟ ଆଡକୁ ଟାଣି ନେଉଛି ।  
 

Related News
satta king tw