Top Stories

Search here...

News

ସାଉଥ୍ ଆଫ୍ରିକାରେ ପୁଣି ବ୍ୟାପୁଛି କରୋନା ସଂକ୍ରମଣ; ସପ୍ତାହରେ ବଢିଲା ତିନି ଗୁଣା

Posted On - 1 month ago
Edited By Prabir Kumar
LAST UPDATED Jun 30, 2022 12:44 PM

କୁହାଯାଉଛି, ସାଉଥ୍ ଆଫ୍ରିକାରେ ପଂଚମ ଲହର ଆସିଯାଇଛି । ଓମିକ୍ରନର ବିଏ-୪ ଓ ବିଏ-୫ ସବ୍-ଭାରିଆଂଟ ଏହି ସଂକ୍ରମଣ କରୁଛି । ଓମିକ୍ରନ ସଂକ୍ରମଣ ମଧ୍ୟ ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିଲା ଏବଂ ତା’ ପରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା ।

 

BBSR Reporters


ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାରେ ପୁଣି କରୋନା ସଂକ୍ରମଣ ବହୁ ସଂଖ୍ୟାରେ ବଢ଼ିବାରେ ଲାଗିଛି । ଗତ ଡିସେମ୍ବର ପରଠାରୁ ସେଠାରେ କରୋନା ସଂକ୍ରମଣ ବେଶ୍ କମି ଯାଇଥିଲା । କିନ୍ତୁ ଗତ ୧ ସପ୍ତାହକ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟ ଭିତରେ ତିନି ଗୁଣା ସଂକ୍ରମଣ ବଢ଼ିଯାଇଛି । ଚିନ୍ତାର କଥା ହେଉଛି, ବହୁ ସଂଖ୍ୟାରେ ସଂକ୍ରମିତ ହସ୍ପିଟାଲରେ ଭର୍ତି ହେଉଛନ୍ତି ।

 

କୁହାଯାଉଛି, ସାଉଥ୍ ଆଫ୍ରିକାରେ ପଂଚମ ଲହର ଆସିଯାଇଛି । ଓମିକ୍ରନର ବିଏ-୪ ଓ ବିଏ-୫ ସବ୍-ଭାରିଆଂଟ ଏହି ସଂକ୍ରମଣ କରୁଛି । ଓମିକ୍ରନ ସଂକ୍ରମଣ ମଧ୍ୟ ସାଉଥ୍ ଆଫ୍ରିକାରୁ ଆରମ୍ଭ ହୋଇଥିଲା ଏବଂ ତା’ ପରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । କିନ୍ତୁ ଏ ଗତ ସପ୍ତାହ ଭିତରେ ବୃଦ୍ଧି ପାଉଥିବା ସଂକ୍ରମଣ ପଛରେ ସେହି ଓମିକ୍ରନର ସବ୍-ଭାରିଆଂଟ ଥିବାରୁ ଏହା ବେଶୀ ବ୍ୟାପି ନପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

Related News
satta king tw