Top Stories
Search here...
News
ସୋମବାର ଠୁ ଖୋଲିବ ଏମ୍ସ ଭୁବନେଶ୍ୱର ଓପିଡି; ସ୍ୱଭାବିକ୍ ଭାବେ ଚାଲିବ ସ୍ୱାସ୍ଥ୍ୟ ସେବା
Posted On - 3 months ago
ଜରୁରିକାଳୀନ ସେବାକୁ ଛାଡି ସବୁ ସେବା ବନ୍ଦ ରହିତôଲା । ଛାତ୍ରଛାତ୍ରୀ, ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୩୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ ।
BBSR Reporters
ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ଏମ୍ସ ଭୁବନେଶ୍ୱର ଆସନ୍ତା ୭ ତାରିଖରୁ ପୁଣି ଖୋଲିବ । ଆଜି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଓପିଡି ସେବା ବନ୍ଦ ରଖାଯାଇଥିଲା । କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି । ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା । ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ ନିଦେ୍ର୍ଧଶ ଜାରି କରିଛନ୍ତି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍ମିସନ ଏବଂ ଓଟି ଗୁଡ଼ିକ କାର୍ଯ୍ୟକାରୀ ହେବ । କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଜାନୁଆରୀ ମାସରେ କରୋନା ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ସେବାକୁ ବନ୍ଦ କରି ଦେଇଥିଲେ ।