Top Stories

Search here...

News

ସ୍ୱାସ୍ଥ୍ୟକୁ ନେଇ ସୃଷ୍ଟି ଗୁଜବର ଯବାବ ରଖିଲେ ନବୀନ; କହିଲେ ନିର୍ବାଚନ ଆସିଲେ ଗୁଜବ ଉଠେ

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 12:44 PM

ନିର୍ବାଚନ ସମୟରେ ଏଭଳି ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଥିବା ବେଳେ  ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ବିନ୍ଦାସ୍ ଆନ୍ଦାଜରେ ହସି ହସି କହିଥିଲେ, ଯେବେ ନିର୍ବାଚନ ଆସେ, ସେପେ ମୋ’ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଗୁଜବ କରାଯାଏ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଭଲ ଅଛି ।”

 

BBSR Reporters

 

ଭୁବନେଶ୍ୱର: କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଚର୍ଚ୍ଚା ହେଉଥିଲା । ନିର୍ବାଚନ ସମୟରେ ଏଭଳି ଖବରକୁ ନେଇ ଗୁଜବ ସୃଷ୍ଟି ହୋଇଥିବା ବେଳେ  ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି । ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକମ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ । 

 

 

ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଠୁଥିବା ଗୁଜବ ସମ୍ପର୍କରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ବିନ୍ଦାସ୍ ଆନ୍ଦାଜରେ ହସି ହସି କହିଥିଲେ, ଯେବେ ନିର୍ବାଚନ ଆସେ, ସେପେ ମୋ’ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଗୁଜବ କରାଯାଏ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଭଲ ଅଛି ।

 

ହାରିବା ଭୟରେ ବିରୋଧୀମାନେ ଏପରି ଗୁଜବ ପ୍ରଚାର କରୁଛନ୍ତି କି ପ୍ରଶ୍ନର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଧିକ କିଛି କହିବା ଉଚିତ ହେବନାହିଁ । କିନ୍ତୁ ଯେତେବେଳେ ଏମିତି ଗୁଜବ ପ୍ରଚାର ହୁଏ, ସେତେବେଳେ ବିଜେଡି ଭଲ କରିଥାଏ ।


ଅନ୍ୟପକ୍ଷରେ ଏହି ଗୁଜବ ପାଇଁ ବିଜେଡିକୁ ହିଁ ଦାୟୀ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ ଯେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଗୁଜବ ଉଠେ, ସେତେବେଳେ ବିଜେଡି ଭଲ କରେ । ତା’ର ଅର୍ଥ ହେଲା ଯେ ବିଜେଡି ଭଲ କରିବା ପାଇଁ ଗୁଜବ କରେ । ନିଜେ ଭୂତ ହୋଇ ଲାଗିବା ଓ ତାକୁ ନିଜେ ଗୁଣିଆ ହୋଇ ଛଡ଼ାଇବା ବିଜେଡିର କାମ । ନିର୍ବାଚନ ସମୟରେ ଲୋକଙ୍କ ସହାନୁଭୂତି ପାଇବା ପାଇଁ ବିଜେଡି ଗୁଜବ ସୃଷ୍ଟି କରେ ।

 

କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି, ଏବେ ନିର୍ବାଚନ ଥିବାରୁ ଆମେ ଫିଲ୍ଡରେ ଅଛୁ । କାହିଁ ଆମେ ତ କିଛି ଗୁଜବ ଶୁଣିନୁ । ମୋତେ ଲାଗୁଛି ବିଜେଡି ଦିନକୁ ଦିନ ରସାତଳଗାମୀ ହେଉଛି । ଏ ଗୁଜବ ନିଜେ ବିଜେଡି କରିଛି । ଏହା ଏକ ରାଜନୀତିକ ପ୍ରଚାର । ଏ ଗୁଜବ ସେମାନେ ନିଜେ ତିଆରି କରି ନିଜେ କାଉଣ୍ଟର କଲେ । କାରଣ ଦଳକୁ ହାରିବା ଭୟ ଘାରିଛି । ଯଦି ଆଉ କିଏ ଗୁଜବ କରୁଛନ୍ତି, ତା’ହେଲେ ତା‘ ନାଁରେ ମୁଖ୍ୟମନ୍ତ୍ରୀ ଏଫ୍ଆଇଆର୍ କାହିଁକି ଦେଉ ନାହାନ୍ତି? ପୁଲିସ୍ କାହିଁକି ଏଫ୍ଆଇଆର କରୁ ନାହିଁ? ଏକ ରାଜ୍ୟର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ସୃଷ୍ଟି କରିବା ମଧ୍ୟ ଏକ ଅପରାଧ ।


 

Related News
satta king tw