Top Stories

Search here...

News

ସ୍ୱାସ୍ଥ୍ୟବସ୍ଥା ସ୍ଥିର;ପାଣିରେ ଅଧିକ ସମୟ ଥିବାରୁ ସଂକ୍ରମିତ ଅଛନ୍ତି ରାହୁଲ; ଭେଟିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ 

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 11:10 AM

୭ ଦିନ ପର୍ଯ୍ୟନ୍ତ ରାହୁଲ ଉପରେ ନଜର ରଖାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । 

 

BBSR Reporters


ଭୁବନେଶ୍ୱର: ୮୦ ଫୁଟ ବୋରୱେଲରୁ ଉଦ୍ଧାର ହୋଇଥିବା ରାହୁଲର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲକୁ ସାମାନ୍ୟ ଜ୍ୱର ହୋଇଛି । ୫ରୁ ୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜରରେ ଚାଲିଛି ରାହୁଲର ଚିକିସôା । ମେଡିକାଲ ବୁଲେଟିନ୍ ଅନୁସାରେ ରାହୁଲର ଶରୀରର ଅନେକ ସ୍ଥାନରେ ଇନ୍ଫେକ୍ସନ୍ ରହିଛି । ଲଗାତର ପାଣିରେ ରହିଥିବାରୁ ବ୍ଲଡରେ ମଧ୍ୟ ଇନ୍ଫେକ୍ସନ୍ ରହିଛି । ଜୀବାଣୁ ଜନିତ ସଂକ୍ରମଣ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଅନେକ ରିପୋର୍ଟ ଆସି ସାରିଛି ଆଉ କିଛି ରିପୋର୍ଟ ଆସିବା ବାକି ରହିଛି । ରାହୁଲର ଚିକିତ୍ସା ପାଇଁ ଇନ୍ଦ୍ରପ୍ରସ୍ଥ ଆପୋଲୋ ଡାକ୍ତରଙ୍କ ପରାମର୍ଶ ନିଆଯାଉଛି ।

 

୭ ଦିନ ପର୍ଯ୍ୟନ୍ତ ରାହୁଲ ଉପରେ ନଜର ରଖାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । କାରଣ ଡାକ୍ତରଙ୍କ ସୂଚନା ଅନୁସାରେ ଏପ୍ରକାର ସଂକ୍ରମଣ ଆଗକୁ ବିପଦ ସୃଷ୍ଟି କରିପାରେ । ସେପଟେ ଆପୋଲୋ ହସ୍ପିଟାଲରେ ରାହୁଲଙ୍କୁ ଭେଟିବା ପରେ ବିଳାସପୁର ସିଡିଏମ୍ଓ ପ୍ରମୋଦ ମହାଜନ କହିଛନ୍ତି, ଆଜି ସକାଳୁ ଉଠିବା ପରେ ରାହୁଲ ଜଳଖିଆ ଖାଇଛି । ଡିହାଇଡ୍ରେସନ୍ ଯୋଗୁ ସୋଡିୟମ୍ ଲେବୁଲ ସାମାନ୍ୟ କମ୍ ରହିଛି । ୫ ଦିନ ବୋରୱେଲରେ ଫସି ରହିବା ପରେ କାଲି ମଧ୍ୟରାତିରେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା ।


ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲଙ୍କୁ ଭେଟିବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଦିଲ୍ଲୀରୁ ଆସି ସିଧାସଳଖ ହସ୍ପିଟାଲ ଯିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ସଂଧ୍ୟାରେ ହସ୍ପିଟାଲରେ ପହଂଚିବା ପରେ ରାହୁଲଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ରାହୁଲଙ୍କୁ ଉଦ୍ଧାର ବେଳେ ମୋବାଇଲରେ ଏହି ଦୃଶ୍ୟକୁ ଦେଖିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଅପରେସନ ରାହୁଲ ଆରମ୍ଭ ହେବା ଦିନଠୁ ଅର୍ଥାତ୍ ଶୁକ୍ରବାର ଠାରୁ ଉଦ୍ଧାରକାର୍ଯ୍ୟର ମନିଟରିଂ କରୁଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ରେସକୁ୍ୟ ଟିମ ସହ ଲଗାତାର ଯୋଗା ଯୋଗରେ ରହିଥିଲେ ।

 

ସେପଟେ ହସ୍ପିଟାଲରେ ଡିଭିଜିନାଲ କମିଶନର ସଂଜୟ ଅଲଙ୍ଗ ଓ ଆଇଜି ରତନ ଲାଲ ଡାଙ୍ଗି ପହଂଚି ରାହୁଲଙ୍କୁ ଭେଟିଛନ୍ତି । ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ରାହୁଲଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ହାକ୍ତରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

Related News
satta king tw