Top Stories

Search here...

News

ମୋଦି ସରକାରରେ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି: ଧର୍ମେନ୍ଦ୍ର ପ୍ରଧାନ

Posted On - 1 month ago
Edited By Prabir Kumar
LAST UPDATED Jun 30, 2022 12:44 PM

ଓଡ଼ିଶାରେ ଏନଟିପିସି ଓ ଏମସିଏଲ ସମେତ ୯ଟି ମେଡ଼ିକାଲ କଲେଜ ସ୍ଥାପନା ପାଇଁ ସହଯୋଗ ପ୍ରଦାନ କରୁଛନ୍ତି କେନ୍ଦ୍ର  ସରକାର l

 

BBSR Reporters


ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 

 

ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସାକ୍ଷାତ୍ ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦି ଦେଶରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଦେଶ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୂତ୍ ହେଉଛି । କେନ୍ଦ୍ର ଓ ରାଜ୍ୟର ମିଳିତ ଭାଗିଦାରୀରେ ଓଡ଼ିଶାରେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଓ କଳାହାଣ୍ଡିରେ ମେଡ଼ିକାଲ କଲେଜର କାମ କିଛି ଶେଷ ହୋଇଥିବା ବେଳେ କିଛି କାମ ଜାରୀ ରହିଛି  । ଏନଟିପିସି ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଏବଂ ଏମସିଏଲ ଦ୍ୱାରା ତାଳଚେରରେ ମେଡ଼ିକାଲ କଲେଜ ସ୍ଥାପନା କରାଯାଇଛି  । ସେହିପରି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପିଜି ସିଟ୍ ସଂଖ୍ୟା ବୃଦ୍ଧି ସହ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ମୋଦି ସରକାର ମୁକ୍ତ ହସ୍ତରେ ରାଜ୍ୟକୁ ସହଯୋଗ କରୁଛନ୍ତି  ।

 

 ଏହି ସବୁ ପଦକ୍ଷେପ ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହେଉଛି  । ମୋଦି ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି କାରଣରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ହେଉଛି  । ଜନଜାତି ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରି ନାଗରିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦି ସରକାର କଟିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । 

 

ସେହିପରି ବହୁ ପ୍ରତିକ୍ଷୀତ ଅନୁଗୋଳ ଜିଲ୍ଲା ତାଳଚେରରେ ମେଡ଼ିକାଲ କଲେଜ ଖୁବ ଶୀଘ୍ର ପୂର୍ଣ୍ଣାଙ୍ଗ ହେଉଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ତାଳଚେରରେ ୪୯୨ କୋଟି ବ୍ୟୟରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ସ୍ଥାପନ ହୋଇଛି  । ରାଜ୍ୟ ସରକାର ନୀତିଗତ ଭାବେ ଏହି ମେଡ଼ିକାଲର ପରିଚାଳନା ଦାୟିତ୍ୱ ନେବା ପାଇଁ ନିଷ୍ପତି ନେଇଛନ୍ତି  । ଏହି ମେଡ଼ିକାଲ କଲେଜ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ତଥା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଏମସିଏଲ ସ୍ୱୀକୃତି ଦେଇଛି  ।

 

ସୁନ୍ଦରଗଡ଼ ଠାରେ ଏନଟିପିସି ଦ୍ୱାରା ମେଡ଼ିକାଲ କଲେଜ ନିର୍ମାଣ ହୋଇଥିବା ବେଳେ ରାଉରକେଲା ଠାରେ ସେଲ୍ ଦ୍ୱାରା ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି  । ଏହାବ୍ୟତିତ ଭାରତ ସରକାରଙ୍କ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ କୋଭିଡ୍ ସମୟରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ  । କେବଳ ଏମସିଏଲ କୋଭିଡ ସମୟରେ ଭୁବନେଶ୍ୱର, ତାଳଚେର, ସମ୍ବଲପୁର, ବସୁନ୍ଧରା, ସୁନ୍ଦରଗଡ଼ ଅଞ୍ଚଳରେ ପାଖାପାଖି ୫୦୦ କୋଟି ଟଙ୍କା ଖର୍ଚ୍ଚ କରି ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବାର ଦାୟିତ୍ୱ ନେଇଥିଲା, ଯାହା ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି  ।
 

Related News
satta king tw