Top Stories

Search here...

News

୩ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିବ ସଂକ୍ରମଣ; ଏପଟେ ବିଶେଷଜ୍ଞ କହିଲେ ଏଣ୍ଡେମିକ୍ ଷ୍ଟେଜରେ କରୋନା

Posted On - 2 months ago
Edited By Jyotirmayee Patanaik
LAST UPDATED Jun 29, 2022 09:22 AM

ଏଣ୍ଡେମିକ ବା ଶେଷ ପର୍ଯ୍ୟାୟରେ ଅଛି କରୋନା । ଅଧିକାଂଶଙ୍କ ଭିତରେ ଦେଖାଯିବ ସାମାନ୍ୟ ଲକ୍ଷଣ, କିନ୍ତୁ ହସ୍ପିଟାଲରେ କମ ଭର୍ତି ହେବେ ବୋଲି କାଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସର ଜଣାଶୁଣା ଡାକ୍ତର ଅଫସିନ୍ ଇମ୍ରାନୀ କହିଛନ୍ତି l

 

BBSR Reporters


ଭୁବନେଶ୍ୱର: ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ ସଂକ୍ରମଣ । ଏହା କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ । ସେ କହିଛନ୍ତି, ଆଗାମୀ କିଛି ସପ୍ତାହ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ସଂକ୍ରମଣ ବଢେ଼, ତାହେଲେ ରାଜ୍ୟର ହସ୍ପିଟାଲ ଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିବା କହିଛନ୍ତି ବିଜୟ ମହାପାତ୍ର । ଏହାଛଡ଼ା ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସମସ୍ତଙ୍କୁ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

 

ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆମେରିକୀୟ ବିଶେଷଜ୍ଞ ଡାକ୍ତର ଅଫସିନ୍ ଇମ୍ରାନୀ ଟ୍ୱିଟ କରି ମତ ରଖିଛନ୍ତି । ସେ କହିଛନ୍ତି. ଏଣ୍ଡେମିକ ବା ଶେଷ ପର୍ଯ୍ୟାୟରେ ଅଛି କରୋନା ।  ଅଧିକାଂଶଙ୍କ ଭିତରେ ଦେଖାଯିବ ସାମାନ୍ୟ ଲକ୍ଷଣ, ହସ୍ପିଟାଲରେ ଏବେ କମ ଅଛି ରୋଗୀଙ୍କ ସଂଖ୍ୟା । କାଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସର ଜଣାଶୁଣା ଡାକ୍ତର ଅଫସିନ୍ ଇମ୍ରାନୀ କହିଛନ୍ତି, ବର୍ତମାନ ଲୋକଙ୍କ ଭିତରେ କରୋନା ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଏବଂ ସେମାନେ ଶୀଘ୍ର ସୁସ୍ଥ ମଧ୍ୟ ହୋଇଯାଉଛନ୍ତି ।

 

ତା’ଛଡ଼ା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଂଚିଛି । ଆଇସିୟୁ ଆଡମିସନ୍ ମଧ୍ୟ ସର୍ବନିମ୍ନ ସ୍ତରରେ ଥିବା କହିଛନ୍ତି ଡାକ୍ତର ଇମ୍ରାନୀ । ଡେନମାର୍କ ଭଳି ଅଗ୍ରଣୀ ଜେନେଟିକ୍ସ ଦେଶରେ ଏବେ ଟିକାକରଣ କାର୍ଯ୍ୟକ୍ରମ ପ୍ରାୟତଃ ଶେଷ ହୋଇସାରିଛି । ତେଣୁ ଲୋକେ ଆଉ ଭୟଭୀତ ହୋଇ ସାଧାରଣ ଜୀବନକୁ ଫେରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଇମ୍ରାନୀ ।
 

Related News
satta king tw