Top Stories

Search here...

News

ରାଜ୍ୟରେ ପୁଣି ୨୧ ଜଣ ସଂକ୍ରମିତଙ୍କ ମୃତ୍ୟୁ

Posted On - 8 minutes ago
Edited By Prabir Kumar
LAST UPDATED Feb 08, 2022 12:14 PM

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି।

 

ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତକ ଅଛନ୍ତି। ଅପରପକ୍ଷରେ ସୁନ୍ଦରଗଡ଼, ବାଲେଶ୍ବର ଓ କଟକ ଜିଲ୍ଲାର ଦୁଇ ଜଣ ଲେଖାଏଁ  କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ଏଣେ ସୁନ୍ଦରଗଡ଼ର ଏକ ୩ ମାସର ଶିଶୁପୁତ୍ର ଓ ୯ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାୁରୁ ଜଣେ ମାତ୍ର ସଂକ୍ରମିତଙ୍କ ମୃତ୍ୟୁ ରାଜଧାନୀବାସୀଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।

Related News
satta king tw