Top Stories

Search here...

News

ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ; ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଚିହ୍ନଟ

Posted On - 6 minutes ago
Edited By Team BbsrReporters
LAST UPDATED Jan 26, 2022 06:26 PM

୨୪ ଘଂଟାରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢିଲା ସଂକ୍ରମଣ । ୨୪ ଘଂଟାରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୪ହଜାର ୩୦୬ଜଣ ଏବଂ ସ୍ଥାନୀୟ ସଂକ୍ରମଣ ରହିଛି ୩ହଜାର ୧୨୦ । ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡରୁ ୭୭୮ ମାମଲା ସାମ୍ନାକୁ ଆସିଛି ।  ସେହିପରି କଟକରୁ ୫୪୮, ବାଲେଶ୍ୱରରୁ ୪୯୬, ନୟାଗଡରୁ ୨୪୫, କଳାହାଣ୍ଡିରୁ ୧୮୮, ମୟୁରଭଞ୍ଜରୁ ୧୬୬ ଜଣ  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି ।

 

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ରେ ପହଂଚିଛି । ସକ୍ରିୟ ମାମଲା ରହିଛି ୭୪ ହଜାର ୫୧୨ । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୪୨ ହଜାର  ୧୬୧ଜଣ ।  ୨୪ ଘଂଟାରେ ୬୫ ହଜାର ୨୫୦ ନମୁନା ପରୀକ୍ଷା ହୋଇଛି ।  ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର  । ସେ କହିଛନ୍ତି, କରୋନାର କେବେ ଅନ୍ତହେବ ନାହିଁ । ଓମିକ୍ରନ ପରେ ପୁଣିଥରେ ଆସିପାରେ କରୋନାର ନୂଆ ଭାରିୟାଂଟ୍ ।

Related News
satta king tw