Top Stories

Search here...

News

କରୋନା ଭାଇରସ: ୩ ଜଣରୁ ଜଣେ ରୋଗୀ ଦୀର୍ଘ ସମୟ ସଂକ୍ରମିତ ରହୁଛନ୍ତି

Posted On - 10 minutes ago
Edited By Prabir Kumar
LAST UPDATED Jan 17, 2022 08:55 PM

ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟର ୩ ଜଣରୁ ଜଣେ କରୋନା ରୋଗୀ ଦୀର୍ଘ ସମୟ ଧରି ସଂକ୍ରମିତ ହୋଇ ରହୁଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହର ସମୟରେ ଏହି ଅଧ୍ୟୟନ କରାଯାଇଥିଲା । ଗତବର୍ଷ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ।

 

ମୋଟ୍ ୨୯.୨ ପ୍ରତିଶତ ଆକ୍ରାନ୍ତ ଦୀର୍ଘ ସମୟ ଧରି ସଂକ୍ରମିତ ହେଉଛନ୍ତି । ସବ୍ ଗ୍ରୁପ୍ ତଥ୍ୟ ଅନୁଯାୟୀ ୬୨ ଦଶମିକ ୫ ପ୍ରତିଶତ ସିଭିୟର ଓ କ୍ରିଟିକାଲ କେସ୍ ରହିଛି । ୨୩ ଦଶମିକ ୪ ପ୍ରତିଶତ ସ୍ୱଳ୍ପ ଲକ୍ଷଣ ଯୁକ୍ତ ରୋଗୀ ଓ ୩୪ ପ୍ରତିଶତ ରୋଗୀ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି । ଲଙ୍ଗ କୋଭଡ୍ କିଛି ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ରହିଥାଏ । ଏହା ରୋଗୀର ଶରୀର ଉପରେ ପ୍ରଭାବ ପକାଇଥାଏ । ଶରୀରର ଅଙ୍ଗ କ୍ଷତି ଘଟାଇପାରେ । ଅଧିକ ଦିନ ଧରି ରହୁଥିବା କରୋନାର ଲକ୍ଷଣ ସମୟ ସହିତ ବଦଳି ଯାଇପାରେ ।

 

ରିପୋର୍ଟ ଅନୁସାରେ ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକା ପଣ । ଯାହାକି ୬୪ ଦଶମିକ ୮ ପ୍ରତିଶତ । ସେହିପରି ୩୨ ଦଶମିକ ୪ ପ୍ରତିଶତ ଲକ୍ଷଣ ହେଉଛି କାଶ । ତିନି ପ୍ରତିଶତ ରୋଗୀଙ୍କ ନିକଟରେ ଚିନ୍ତା କରିବାର ଶକ୍ତି ହ୍ରାସ ପାଉଥିବା ଜଣାପଡ଼ିଛି । ୧୮ରୁ ୮୮ ବର୍ଷ ମଧ୍ୟରେ ୪୮୭ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୯୯ ଜଣ ମହିଳା ଥିଲେ । ୨୮୭ ଜଣ କରୋନା ଟିକା ନେଇଥିବା ବେଳେ ୧୯୯ ଜଣ ଟିକା ନେଇନଥିଲେ ।
 

Related News
satta king tw