Top Stories

Search here...

News

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲରେ ଭର୍ତି ହାର ମାତ୍ର ୭ ଦଶମିକ ୮୭ ପ୍ରତିଶତ ରହିଛି

Posted On - 10 minutes ago
Edited By Team BbsrReporters
LAST UPDATED Jan 15, 2022 03:55 PM

ରାଜ୍ୟ ସ୍ୱାସ୍ଥ୍ୟ ବିଭାର ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୮ ହଜାର ୩୦୧ କୋଭିଡ୍ ବେଡ୍ ରହିଛି । କିନ୍ତୁ ମାତ୍ର ୬୫୩ ଆକ୍ରାନ୍ତ ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆସିଛି ଆଶ୍ୱସ୍ତିିକର ଖବର । ରାଜ୍ୟରେ ମାତ୍ର ୮ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାର ସୂଚନା ଅନୁସାରେ ରାଜ୍ୟରେ ମୋଟ୍ ୮ ହଜାର ୩୦୧ କୋଭିଡ୍ ବେଡ୍ ରହିଛି । କିନ୍ତୁ ମାତ୍ର ୬୫୩ ଆକ୍ରାନ୍ତ ହସ୍ପିଟାଲ ବେଡ୍ରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ହସ୍ପିଟାଲରେ ଭର୍ତି ହାର ମାତ୍ର ୭ ଦଶମିକ ୮୭ ପ୍ରତିଶତ ।

 

ସେହିପରି ରାଜ୍ୟରେ କୋଭିଡ୍ ହସ୍ପିଟାଲର ଆଇସିୟୁ ଓ ଏଚ୍ଡିୟୁକୁ ମିଶାଇ ମୋଟ୍ ୨୮୧୬ଟି ବେଡ୍ ରହିଛି । ଏହା ମଧ୍ୟରୁ ୩୬୯ ବେଡ୍ରେ ରୋଗୀ ରହିଛନ୍ତି । ଆଇସିୟୁ ଓ ଏଚ୍ଡିୟୁରେ ରୋଗୀ ଭର୍ତି ହାର ମାତ୍ର ୧୩ ପ୍ରତିଶତ । ସେହିପରି ଭେଂଟିଲେଟର ସପୋର୍ଟରେ ମାତ୍ର ୪ ପ୍ରତିଶତ ରୋଗୀ ରହିଛନ୍ତି । ରାଜ୍ୟରେ ମୋଟ୍ ୯୦୯ଟି ଭେଂଟିଲେଟର ବେଡ୍ ଥିବା ବେଳେ ମାତ୍ର ୩୫ ଜଣ ଏଥିରେ ଚିକିତ୍ସିତ ହେଉଛନ୍ତି । ମୋଟ୍ ରୋଗୀଙ୍କ ଭିତରୁ ୪୯ ହଜାର ୯୩୩ ଜଣ ଘରେ ଚିକିତ୍ସିତ ହେଉଛନ୍ତି ।

Related News
satta king tw