Top Stories
Search here...
News
ସରକାରୀ ହସ୍ପିଟାଲରେ ବଢୁଛି କରୋନା ସଂକମ୍ରଣ; ସୋମବାରଠୁ ବନ୍ଦ ହୋଇପାରେ ଏମ୍ସ ଓପିଡି
Posted On - 4 days ago
ଏମ୍ସରେ ୧୫୬ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏସସିବିରେ ୪୦ କର୍ମଚାରୀ ପଜିଟିଭ୍ ଅଛନ୍ତି ।
BBSR Reporters
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଭୁବନେଶ୍ୱର ଓ କଟକ ସମେତ ସମ୍ବଲପୁର ଭିମସାରରେ ହସପିଟାଲଗୁଡିକରେ କର୍ମଚାରୀ ଅଭାବ ଦେଖାଦେଇଛି । ଭୁବନେଶ୍ୱର ଅନ୍ୟତମ ପ୍ରମୁଖ ହସପିଟାଲ ଏମ୍ସରେ ୧୫୬ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ରାଜ୍ୟର ସବୁଠାରୁ ବଡ ମେଡିକାଲ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ୪୦ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ନର୍ସିଂ ଛାତ୍ରୀ ବି ଅଛନ୍ତି ।
ଏମ୍ସରେ ସୋମବାର ଠାରୁ ଓପିଡ଼ି ସେବା ବନ୍ଦ ହୋଇପାରେ । କରୋନା ସ୍ଥିତିକୁ ନଜରରେ ରଖି ଆଜି କରାଯିବ ବୈଠକ । ଏନେଇ କିଛି ନିସ୍ପତି ନିଆଯିବା ନେଇ ସୂଚନା ମିଳିଛି । କେବଳ ଅପରେସନ୍ ଓ ଜରୁରୀକାଳିନ ରୋଗୀଙ୍କୁ ଚିକତ୍ସା କରାଯିବ । ଅନଲାଇନରେ ରୋଗୀ ମାନେ ଡ଼ାକ୍ତରଙ୍କ ସହ ଆଲୋଚନା କରିପାରିବେ । ଭିଡ଼ିଓ କଲ ଓ ହ୍ୱାଟସଆପ୍ରେ ଡ଼ାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ । ଟେଲିମେଡିସନ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
କଟକ ଏସସିବି ମେଡିକାଲକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଚିକିତ୍ସା ପାଇଁ ଆସିଥାନ୍ତି । କିଛି ଦିନ ତଳେ ୨୮ ନର୍ସିଂ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଅନେକ ଷ୍ଟାଫ ସଙ୍ଗରୋଧରେ ଚାଲିଯାଇଛନ୍ତି । ସମ୍ବଲପୁରର ଭିମସାରରେ ବି କିଛି ଦିନ ତଳେ ୨୦ ଡାକ୍ତର କରୋନା ପଜିଟିଭ ହୋଇଛନ୍ତି । ଅନେକ ପାରାମେଡିକାଲ ଷ୍ଟାଫ ବି କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଅଧିକାଂଶ ହସପିଟାଲରେ ବି ଅସ୍ତ୍ରୋପଚାରକୁ ବନ୍ଦ କରାଯାଇଛି । ଓପିଡି ପଞ୍ଜିକରଣକୁ ବି କାଂଟଛାଂଟ କରାଯାଇଛି । ଏଭଳି ସ୍ଥିତି ଲାଗିରହିଲେ ଆଗକୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।