Top Stories

Search here...

News

କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ପ୍ରଭାବରେ ବିଶ୍ୱରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

Posted On - 4 months ago
Edited By Team BbsrReporters
LAST UPDATED May 25, 2022 02:40 PM

ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତୁ୍ୟ ସଂଖ୍ୟା ମଧ୍ୟ ବଢୁଛି । ୧୨ ପ୍ରତିଶତ ବୃଦ୍ଧି ପାଇଲାଣି କୋଭିଡ୍ ମୃତୁ୍ୟ । ଗତ ୨୪ ଘଂଟା ମଧ୍ୟରେ ବିଶ୍ୱରେ ୭ ହଜାର ୬୯୧ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।

 

BBSR Reporters

 

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ପ୍ରଭାବରେ ବିଶ୍ୱରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତୁ୍ୟ ସଂଖ୍ୟା ମଧ୍ୟ ବଢୁଛି । ୧୨ ପ୍ରତିଶତ ବୃଦ୍ଧି ପାଇଲାଣି କୋଭିଡ୍ ମୃତୁ୍ୟ । ଗତ ୨୪ ଘଂଟା ମଧ୍ୟରେ ବିଶ୍ୱରେ ୭ ହଜାର ୬୯୧ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଆମେରିକାରେ ଦିନକରେ ୧୭୬୨, ରୁଷିଆରେ ୭୬୫ ଓ ପୋଲାଣ୍ଡରେ ୩୦୧ ରୋଗୀଙ୍କ ଜୀବନ ଯାଇଛି । ସେହିପରି ବିଶ୍ୱରେ ଦିନକରେ ଆଉ ୨୭ ଲକ୍ଷ ୮୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛି । ଯାହାକି ଗତ ସପ୍ତାହ ତୁଳନାରେ ୪୪ ପ୍ରତିଶତ ବୃଦ୍ଧି ।

 

ବିଶ୍ୱରେ ବର୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ ସଂକ୍ରମିତ ହୋଇ ସାରିଲେଣି । ଏହାରି ମଧ୍ୟରେ ୫୫ ଲକ୍ଷ ୪୭ ହଜାରରୁ ଅଧିକ ପ୍ରାଣ ହରାଇ ସାରିଲେଣି । ଆମେରିକାରେ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଂଟାରେ ଆମେରିକାରେ ୮ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ସହିତ ଫ୍ରାନ୍ସର ସ୍ଥିତି ମଧ୍ୟ ଖରାପ ରହିଛି । ଫ୍ରାନ୍ସରେ ୩ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହେଲାଣି ।

Related News
satta king tw