Top Stories

Search here...

News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Feb 02, 2022 04:07 PM

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଜଣ ଅଛନ୍ତି।

 

BBSR Reporters

 

 

 

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୩୬ ଜଣ ଅଛନ୍ତି। ସେହିପରି ୨,୦୧୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୧,୪୩୮ ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୮୭, କଟକରୁ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ୧୮୦, ଷ୍ଟେଟପୁଲ୍‌ରୁ ୧୪୫, ସମ୍ବଲପୁରରୁ ୧୩୧, ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ ୧୦୫, ବଲାଙ୍ଗିରରୁ ୧୦୩, ନବରଙ୍ଗପୁରରୁ ୯୯, ଗଜପତିରୁ ୭୩, ପୁରୀରୁ ୭୨ ଓ ଦେବଗଡ଼ରୁ ୭୧  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

 

 

ବରଗଡ଼ରୁ ୮୨,  ଭଦ୍ରକ ୫୨, ବୌଦ୍ଧ ୫୩, ଢେଙ୍କାନାଳ ୩୫, ଗଞ୍ଜାମ ୬୪, ଜଗତସିଂହପୁର ୬୪, ଯାଜପୁର ୭୩, ଝାରସୁଗୁଡ଼ା ୫୫, କଳାହାଣ୍ଡି ୬୩, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୬୦, କେନ୍ଦୁଝର ୩୯, କୋରାପୁଟ ୫୩, ମାଲକାନଗିରି ୧୬, ରାୟଗଡ଼ାରୁ ୩୬ ଓ ସୋନପୁରରୁ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର  ୭୭୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୯୩୧୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩୭୭୬୨ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Related News
satta king tw