Top Stories

Search here...

News

 ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଦିନକରେ ୫,୦୫୭ ଆକ୍ରାନ୍ତ ଚିହ୍ନଟ

Posted On - 7 minutes ago
Edited By Prabir Kumar
LAST UPDATED Jan 28, 2022 10:55 AM

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ଷ୍ଟେଟ୍ପୁଲ୍ରୁ ୨୨୫, ଅନୁଗୋଳରୁ ୧୧୦, ବାଲେଶ୍ୱରରୁ ୨୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୦୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୯୩୨ ସଂଘରୋଧରୁ ଚିହ୍ନଟ ହୋଇଥିବା ବେଳେ ୨,୪୮୨ଟି ହେଉଛି ଲୋକାଲ୍ କେଶ । 

 

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ଷ୍ଟେଟ୍ପୁଲ୍ରୁ ୨୨୫, ଅନୁଗୋଳରୁ ୧୧୦, ବାଲେଶ୍ୱରରୁ ୨୦୨, ବରଗଡ଼ରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୪୪, ଦେବଗଡ଼ରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୫୦ ଓ କଳାହାଣ୍ଡିରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି ।


 ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, କେନ୍ଦ୍ରାପଡ଼ାରୁ ୩୪, କେନ୍ଦୁଝରରୁ ୪୯, କୋରାପୁଟରୁ ୭୬, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୬, ନୟାଗଡ଼ରୁ ୨୧୭, ନୂଆପଡ଼ାରୁ ୧୯୦, ପୁରୀରୁ ୯୪, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୭୯ ଓ ସୋନପୁରରୁ ୧୦୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬୭ଜଣ ଅଛନ୍ତି ।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ହଜାର ୨୨୬ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୬୩, ୩୯୬ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ୬୪ହଜାର ୨୧୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏପରି ସ୍ଥଳେ ବୁଷ୍ଟର ଡୋଜ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । 
 

Related News
satta king tw