Top Stories

Search here...

News

ଦେଶରେ ପୁଣି ବଢିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Posted On - 6 minutes ago
Edited By Team BbsrReporters
LAST UPDATED Jan 26, 2022 07:30 PM

ଗତକାଲି ତୁନଳାରେ ପାଖାପାଖି ୩୦  ହଜାର ନୂଆ ମାମଲା ସାମ୍ନାକୁ ଆସିଛି ।

 

BBSR Reporters


ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୨ ଲକ୍ଷ ୮୫ ହଜାର ୯୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁନଳାରେ ପାଖାପାଖି ୩୦  ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୨ ଲକ୍ଷ ୫୫ ହଜାର ୮୭୪ ସଂକ୍ରମିତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ପାର କରିଛି ।

 

ସୂଚନା ଅନୁସାରେ ଗତକାଲି ୨ ଲକ୍ଷ ୯୯ ହଜାର ୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଆକ୍ଟିଭ୍ କେସ୍ ରହିଛି ୨୨ ଲକ୍ଷ ୨୩ ହଜାର ୧୮ । ଡେଲି ପଜିଟିଭିଟି ରେଟ୍ ୧୬ ଦଶମିକ ୧୬ ପ୍ରତିଶତ ରହିଛି । ସେହିପରି ଦେଶରେ ଗତ ୨୪ ଘଂଟାରେ ୬୬୫ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ଗତକାଲି ୬୧୪ ଜଣଙ୍କ କରୋନାରେ ମୃତୁ୍ୟ ହୋଇଥିଲା ।

Related News
satta king tw