Top Stories

Search here...

News

ଓଡିଶାରେ ଡେଲଟାର ସ୍ଥାନ ନେଉଛିି ଓମିକ୍ରନ; ଆଉ ୩୨ ଓମିକ୍ରନ୍ତ ଆକ୍ରାନ୍ତ ଚିହ୍ନଟ

Posted On - 4 months ago
Edited By Prabir Kumar
LAST UPDATED May 25, 2022 08:11 PM

ବର୍ତମାନ ସୁଦ୍ଧା ରାଜ୍ୟରେ ୨୦୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୨୬୩ ନମୁନା ଜିନମ ସ୍ୱିକ୍ୱେନ୍ସ ପାଇଁ ଯାଇଥିବା ବେଳେ ସେଥିରୁ ୨୦୨ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।

 

BBSR Reporters


ଭୁବନେଶ୍ୱର:ଓଡିଶାରେ ଡେଲଟାର ସ୍ଥାନ ନେଉଛିି ଓମିକ୍ରନ ।  ଆଇଏଲଏସକୁ ଜିନମ ସ୍ୱିକେନ୍ସ ପାଇଁ ପାଇଁ  ଯାଉଥିବା ନମୁନା ମଧ୍ୟରୁ ୭୫ ପ୍ରତିଶତ ନମୁନାରେ ଓମିକ୍ରନ ଭାରିଆଂଟ ଚିହ୍ନଟ  ହେଉଛନ୍ତି ।  ଗତକାଲି  ଆସିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଆଇଏଲଏସକୁ ୪୨ଟି ନମୁନା ଜିନମ ସ୍ୱିକେନ୍ସ ପାଇଁ ଯାଇଥିଲା । ଏଥିମଧ୍ୟରୁ  ୩୨ଟି ନମୁନା ଓମିକ୍ରନ ଚିହ୍ନଟ ହୋଇଛି ।

 

ବିଶେଷଜ୍ଞଙ୍କ ସୂଚନା ଅନୁସାରେ,  ଡେଲଟାର ସ୍ଥାନ ନେଉଛି ଏହି ଓମିକ୍ରନ ଭାରିଆଂଟ । ଜିନମ ସ୍ୱିକ୍ୱେନ୍ସ ପାଇଁ ଆସିଥିବା ଅଧିକାଂଶ ନମୁନା ସମ୍ବଲପୁର ଭିମସାର, ଭୁବନେଶ୍ୱରର ନାଇଜର ଓ  ଅନ୍ୟ ହସପିଟାଲର ବୋଲି ଜଣାପଡିଛି । ଭିମସାରରୁ ଆସିଥିବା  ୧୮ ନମୁନା ମଧ୍ୟରୁ ୧୫ଟିରେ  ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି  ନାଇଜରରୁ ଆସିଥିବା ୯ଟି ନମୁନା ମଧ୍ୟରୁ ୬ଟିରେ  ଓମିକ୍ରନ ଭାଂରିଆଟ ଚିହ୍ନଟ ହୋଇଛି । କ୍ଲଷ୍ଟର ସଂକ୍ରମଣ ହିଁ ଅଧିକାଂଶ ଓମିକ୍ରନରେ ପରିଣତ ହେଉଛି । ନମୁନା ପରୀକ୍ଷାରୁ  ବିଶେଷଜ୍ଞ ଏହି ସିଦ୍ଧାନ୍ତରେ ପହଂଚିଛନ୍ତି ଯେ, ଡେଲଟ୍ ଦ୍ରୁତ ଗତିରେ ବ୍ୟାପୁଛି ।

 

 ତେବେ ଆଶ୍ୱସ୍ତିକର ଖବର ହେଲା, ଓମିକ୍ରନରେ ସଂକ୍ରମିତ ବ୍ୟକ୍ତି ଶୀଘ୍ର ସୁସ୍ଥ ହେଉଛନ୍ତି ଓ ସେମାନଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ତେବେ ଲୋକେ ଭୟଭୀତ ନହୋଇ କରୋନା କଟକଣା ମାନିବା  ଓ ଟିକା ନେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୨୦୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୨୬୩ ନମୁନା ଜିନମ ସ୍ୱିକ୍ୱେନ୍ସ ପାଇଁ ଆସିଥିଲା । ଏଥିରୁ ୨୦୨ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୯ରୁ  ଜାନୁଆରୀ ୮ ମଧ୍ୟରେ ଏହି ସବୁ ପରୀକ୍ଷା ହୋଇଥିଲା ।
 

Related News
satta king tw