Top Stories

Search here...

News

୬ ରୁ ୧୨ ବର୍ଷ ବୟସ ପିଲାଙ୍କୁ ଦିଆଯିବ ଟିକା; କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 09:36 AM

କଟକଣା ସହ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକାକୁ ଅନୁମତି ଦେଇଛି ଡିସିଜିଆଇ । ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଏଭଳି ନିଷ୍ପତିି ନିଆଯାଇଛି ।

 

BBSR Reporters


ଭୁବନେଶ୍ୱର : ୬ ରୁ ୧୨ ବର୍ଷ ବୟସ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା । ଭାରତ ବାୟୋଟେକ୍ ଦ୍ୱାରା ପିଲାମାନଙ୍କ ପାଇଁ ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଛି । କଟକଣା ସହ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକାକୁ ଅନୁମତି ଦେଇଛି ଡିସିଜିଆଇ । ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଏଭଳି ନିଷ୍ପତିି ନିଆଯାଇଛି ।

 

ସ୍କୁଲ, କଲେଜ ଖୋଲି ଯାଇଥିବାରୁ ପିଲାଙ୍କୁ ଟିକା ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିସହ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଟକାକୁ ୧୨ରୁ ଅଧିକ ବୟସର ପିଲାଙ୍କୁ ଦେବାକୁ ଅନୁମତି ମିଳିଛି । ଆଜି ୨ ହଜାର ୪ ଶହ ୮୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଟ୍ ସମୀକ୍ଷା କରିବେ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମସ୍ୟା ସମାଧାନ ଦିଗରେ ପ୍ରଧାନମନ୍ତ୍ରୀ ଆଲୋନଚା କରିବେ ।

Related News
satta king tw