Top Stories
Search here...
News
୧୨ରୁ ୧୮ ବର୍ଷ ପିଲା ନେବେ କରୋନା ଟିକା; କୋର୍ବେଭାକ୍ସ ଭ୍ୟାକସିନକୁ ଡିଜିସିଆଇର ଅନୁମତି
Posted On - 3 months ago
ବାୟୋଲୋଜିକାଲ୍-ଇ’ କମ୍ପାନୀ ସୂଚନା ଅନୁସାରେ, କରୋନା ଭାଇରସ୍ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆରବିଡି) ପ୍ରୋଟିନ୍ ସବ୍-ୟୁନିଟ୍ ଭ୍ୟାକସିନ, ବାୟୋଲୋଜିକାଲ୍-ଇ ଲିମିଟେଡର କୋର୍ବେଭାକ୍ସ ଭ୍ୟାକସିନକୁ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିଛି ।
BBSR Reporters
ନୂଆଦିଲ୍ଲୀ: ପିଲାଙ୍କୁ କରୋନାର ଭ୍ୟାକସିନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି । ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଭାରତର ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଦେଇଛି । ୧୫ରୁ ୧୮ ବର୍ଷର ପିଲାଙ୍କୁ ନୂଆ ବର୍ଷରୁ ଟିକାକରଣ ଅଭିଯାନ ଆରମ୍ଭ କରିବା ପରେ ଏବେ ୧୨ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କରାଯିବ ।
ବାୟୋଲୋଜିକାଲ୍-ଇ’ କମ୍ପାନୀ ସୂଚନା ଅନୁସାରେ, କରୋନା ଭାଇରସ୍ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆରବିଡି) ପ୍ରୋଟିନ୍ ସବ୍-ୟୁନିଟ୍ ଭ୍ୟାକସିନ, ବାୟୋଲୋଜିକାଲ୍-ଇ ଲିମିଟେଡର କୋର୍ବେଭାକ୍ସ ଭ୍ୟାକସିନକୁ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିଛି ।
ଗତ ସପ୍ତାହରେ ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆ (ଡିଜିସିଆଇ)ର ବିଶେଷଜ୍ଞ କମିଟି ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା କୋର୍ବେଭାକ୍ସ ପାଇଁ କିଛି ସର୍ତ୍ତ ସହିତ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ସୁପାରିଶ କରିଥିଲା ।
ଡିଜିସିଆଇ ଗତବର୍ଷ ଡିସେମ୍ବର ୨୮ ତାରିଖରେ କୋର୍ବେଭାକ୍ସକୁ ସୀମିତ ଆଧାରରେ ଜରୁରୀକାଳୀନ ପାଇଁ ଅନୁମତି ଦେଇସାରିଛନ୍ତି । ଏହା ଭାରତରେ ହିଁ କୋଭିଡ୍-୧୯ ବିରୋଧରେ ଏକ ସ୍ୱଦେଶୀ ଭାବେ ବିକଶିତ ଆରବିଡି ଆଧାରିତ ଟିକା ।