Top Stories

Search here...

News

ପୁଣି ଚିନ୍ତା ବଢ଼ାଇଲା ଚୀନ୍; ଏକା ଥରେ ବଢିଲା ୫ ହଜାର ମାମଲା; ଅନେକ ସହରରେ ଲକଡାଉନ

Posted On - 3 months ago
Edited By Prabir Kumar
LAST UPDATED Jun 30, 2022 10:34 AM

ଚୀନରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଂଟ ଅନ୍ୟ ଦେଶ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରୁଛି ।

 

BBSR Reporters


ପୁଣି ଚିନ୍ତା ବଢ଼ାଇଲାଣି ଚୀନ୍ । କରୋନାର ଉପôତିସ୍ଥଳ କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ୁଛି । ଚୀନରେ କରୋନାର ନୂଆ ଭାରିଆଂଟ ଯୋଗୁଁ ସଂକ୍ରମଣ ବଢୁଥିବା କୁହାଯାଉଛି । ଗତ ୨୪ ଘଂଟାରେ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ସଂକ୍ରମଣ ସଂଖ୍ୟାର ଦୁଇ ଗୁଣ । ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ଯୋଗୁ ଦେଶର ବହୁ ସହରରେ ଲକ୍ଡାଉନ ଘୋଷଣା କରିବା ସହ କୋଟି କୋଟି ଲୋକଙ୍କୁ ଘରୁ ନବାହାରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଚୀନ ସରକାର । ପ୍ରାୟ ୩ କୋଟି ଲୋକ କଟକଣା ମାନି ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଚୀନରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଂଟ ଅନ୍ୟ ଦେଶ ଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରୁଛି ।

Related News
satta king tw