Top Stories

Search here...

News

ଦେଶରେ କରୋନା ଟିକାକରଣକୁ ପୂରିଲା ବର୍ଷେ; ୧୫୭ କୋଟି ଡୋଜ ଟିକା ନେଲେଣି ଲୋକେ 

Posted On - 7 minutes ago
Edited By Prabir Kumar
LAST UPDATED Jan 16, 2022 08:59 PM

ଦେଶର ୮ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ କରୋନାର ଗୋଟିଏ ବି ଡୋଜ୍ ନେଇ ନାହାନ୍ତି । ସେହିପରି ୩୧ ପ୍ରତିଶତ ଲୋକ ଟିକାର ଦୁଇଟି ଡୋଜ୍ ନେଇ ନାହାନ୍ତି । 

 

BBSR Reporters


ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣକୁ ପୂରିଛି ବର୍ଷେ । ଗତ ବର୍ଷ ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ଏହା ପରଠୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତମାନ ସୁଦ୍ଧା ଦେଶରେ ୧୫୭ କୋଟି ଡୋଜ୍ ଦିଆ ସରିଲାଣି । ହେଲେ ଦେଶର ସମସ୍ତଙ୍କୁ ଟିକାକରଣର ଲକ୍ଷ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ।

 

ଦେଶରେ ଦେଶରେ କରୋନାର ତୃତୀୟ ଲହର ବ୍ୟାପୁଥିବା ବେଳେ ଟିକା ନେବା ନିହାତି ଆବଶ୍ୟକ ହୋଇ ପଡ଼ିଛି । ଦେଶର ୮ ପ୍ରତିଶତ ଲୋକ ଏପର୍ଯ୍ୟନ୍ତ କରୋନାର ଗୋଟିଏ ବି ଡୋଜ୍ ନେଇ ନାହାନ୍ତି । ସେହିପରି ୩୧ ପ୍ରତିଶତ ଲୋକ ଟିକାର ଦୁଇଟି ଡୋଜ୍ ନେଇ ନାହାନ୍ତି ।

 

ଏହାରି ଭିତରେ ଦେଶରେ ୧୫ରୁ ୧୮ ବର୍ଷଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଗତ ସୋମବାରଠାରୁ ବୁଷ୍ଟର ଡୋଜ୍ ଦେବା ମଧ୍ୟ ଆରମ୍ଭ ହୋଇଛି । ୩୮ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଲେଣି । ଏପଟେ ରାଜ୍ୟରେ ବର୍ଷେ ମଧ୍ୟରେ ୯୨ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ୯୦ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୫ କୋଟି ୪୦ ଲକ୍ଷ ଟିକା ଦିଆଗଲାଣି ।

Related News
satta king tw