Top Stories

Search here...

News

କରୋନା ମୁକାବିଲା ପାଇଁ ଏସସିବିରେ ୧୪୦ଟି ଆଇସିୟୁ ବେଡ୍ ସମେତ ୬ଶହ ଶଯ୍ୟା ପ୍ରସ୍ତୁତ

Posted On - 4 days ago
Edited By Team BbsrReporters
LAST UPDATED Jan 18, 2022 05:57 PM

୪ଟି ଯାକ ଓପିଡି ବର୍ତମାନ ସ୍ୱାଭାବିକ ଭାବରେ କାମ କରୁଛି ବୋଲି ଏସସିବିର ଅଧିକ୍ଷକ ଡାକ୍ତର ଦତେଶ୍ୱର ହୋତା ଓ ଅଧ୍ୟକ୍ଷ ଲୁସି ଦାସ ସୂଚନା ଦେଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ମୁକାବିଲା ପାଇଁ ପ୍ରସ୍ତୁତ ଅଛି କଟକ ବଡ ଡାକ୍ତରଖାନା । କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏସସିବିରେ ୧୪୦ଟି ଆଇସିୟୁ ବେଡ୍ ସମେତ ୬ଶହ ଶଯ୍ୟା ପ୍ରସ୍ତୁତ ରହିଛି ।  ୪ଟି ଯାକ ଓପିଡି ବର୍ତମାନ ସ୍ୱାଭାବିକ ଭାବରେ କାମ କରୁଛି ବୋଲି ଏସସିବିର ଅଧିକ୍ଷକ ଡାକ୍ତର ଦତେଶ୍ୱର ହୋତା ଓ ଅଧ୍ୟକ୍ଷ ଲୁସି ଦାସ ସୂଚନା ଦେଇଛନ୍ତି ।

 

ରୋଗୀ ସେବା ସଠିକ୍ ଢଙ୍ଗରେ ଚାଲିଥିବା ବେଳେ ଡାଏଲେସିସ୍ ମଧ୍ୟ କରାଯାଉଛି । ପ୍ରତିଦିନ ଶହେ ରୁ ୧୧୦ କରୋନା ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ଇକୋମ୍ ଚିକିତ୍ସାରେ କୌଣସି ରୋଗୀ ନାହାନ୍ତି । ତେବେ ଅତି ଜରୁରୀ ହେଲେ ରୋଗୀ ଡାକ୍ତରଖାନାକୁ ଆସନ୍ତା ନଚେତ୍ ଟେଲି ମେଡିସିନ୍ ଜରିଆରେ ପରାମର୍ଶ ନିଅନ୍ତୁ ବୋଲି ଏସସିବି ମେଡିକାଲ କର୍ତୃପକ୍ଷ କହିଛନ୍ତି  l

Related News
satta king tw