Top Stories

Search here...

News

ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୪୭ ହଜାର ୪୧୭ ନୂଆ  ସଂକ୍ରମଣ ଚିହ୍ନଟ

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 05:23 AM

ଗତକାଲି ଅପେକ୍ଷା ଆଜି ପଜିଟିଭ ମାମଲା ୨୭ ପ୍ରତିଶତ ବଢିଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୪୭ ହଜାର ୪୧୭ ନୂଆ ମାମଲା ସାମ୍ନାକୁ ଆସିଛି । ପଜିଟିଭିଟ ହାର ରହିଛି ୧୩ .୧୧ ପ୍ରତିଶତ । ୧୦ ଦିନରେ ୬ ଗୁଣା କରୋନା ମାମଲା ବଢିଯାଇଛି । ଗତକାଲି ଅପେକ୍ଷା ଆଜି ପଜିଟିଭ ମାମଲା ୨୭ ପ୍ରତିଶତ ବଢିଛି । ସେହିଭଳି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୮ରେ ପଂହଚିଛି । ଦେଶରେ  ୮ ରାଜ୍ୟ ଚିନ୍ତା ବଢାଇଛନ୍ତି ।  ଦେଶରେ କରୋନା ସଂକ୍ରମଣ ବଢିଚାଲିିଛି । ତା ସହିତ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ।

 

ମହାରାଷ୍ଟ୍ର, କେରଳ , ଦିଲ୍ଲୀ, ପଶ୍ଚିମବଙ୍ଗ. ତାମିଲନାଡୁ, କର୍ଣ୍ଣାଟକରେ ଲଗାତାର ସଂକ୍ରମଣ ବୃଦ୍ଧି ପାଇଛି । ଡିସେମ୍ବର ୩୦ରେ  ଦେଶରେ ପଜିଟିଭ ହାର  ୧.୧ ପ୍ରତିଶତ ଥିବାବେଳେ  ଜାନୁଆରୀ ୧୩ରେ ଏହାର ୧୩ ପ୍ରତିଶତ ରହିଛି ।  ସଂକ୍ରମଣ କେତେ କ୍ଷିପ୍ର ଗତିରେ ବ୍ୟାପୁଛି ତାହା ଏଥିରୁ ଜଣାପଡୁଛି ।  ୧୯ ରାଜ୍ୟରେ ସକ୍ରିୟ ମାମଲା  ୧୦ ହଜାର ପରେ ରହିଛି । ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ।  ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ କହିଛନ୍ତି ଓମିକ୍ରନ ସାଧାରଣ ଥଣ୍ଡା ନୁହେଁ ।  ଏହାକୁ ଅତି ସାଧାରଣ ଭାବେ  ଗ୍ରହଣ କରନ୍ତୁ ନାହିଁ ।

Related News
satta king tw