Top Stories

Search here...

News

ସଂକ୍ରମଣ ବଢ଼ିବା ସହ କଟକଣା ବଢ଼ୁଛି

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 05:33 AM

ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି ଦେଶର ଏକାଧିକ ରାଜ୍ୟରେ ନାଇଟ୍ କଫୁ୍ର୍ୟ ଲାଗୁ ହୋଇଛି ।

 

BBSR Reporters

 

ଭୁବନେଶ୍ୱର: ସଂକ୍ରମଣ ବଢ଼ିବା ସହ କଟକଣା ବଢ଼ୁଛି । ଓଡିଶାରେ ବି କଟକଣା ଲାଗୁ ହୋଇଛି । ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି ଦେଶର ଏକାଧିକ ରାଜ୍ୟରେ ନାଇଟ୍ କଫୁ୍ର୍ୟ ଲାଗୁ ହୋଇଛି । ମେଳା, ମେହୋତ୍ସବ ଉପରେ କଟକଣା ଲାଗିଛି । ଯାହାଫଳରେ ଅନେକ ଲୋକଙ୍କ ଜୀବନ ଜୀବିକା ପୁଣି ଥରେ ପ୍ରଭାବିତ ହୋଇଛି । ଅଂଟା ସଳଖୁ ଥିବା ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ପୁଣି ଥରେ ବିପଦ ଆଡକୁ ଠେଲି ହୋଇଯାଇଛି ।  ଆଉ ଏହି ସମୟରେ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି ଭାରତୀୟ ଶିଳ୍ପ ସଂଘ ।

 

ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି, ମନ ଇଛା କଟକଣା ନଲଗାଇ, ହସ୍ପିଟାଲରେ ଭର୍ତି ହେଉଥିବା ରୋଗୀ ସଂଖ୍ୟାକୁ ଦେଖି ନିଷ୍ପତି ନେବାକୁ ସରକାରଙ୍କୁ ଚିଠିରେ ପରାମର୍ଶ ଦେଇଛନ୍ତି । ବିଶେଷକରି ଆଇସିୟୁ ଭେଂଟିଲେଟରରେ କେତେ ରୋଗୀ ଭର୍ତି ହେଉଛନ୍ତି , କେତେ ଅକ୍ସିଜେନର ଆବଶ୍ୟକତା ପଡୁଛି , ତାକୁ ଦେଖି କଟକଣା ଲଗାଇବାକୁ ଚିଠିରେ ଉଲେଖ କରାଯାଇଛି  । ଚିଠିରେ କୁହାଯାଇଛି,  ସ୍ଥାନ ଚିହ୍ନଟ କରି ଛୋଟ ଅଂଚଳକୁ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା କରାଯାଉ । ଏସବୁ ନମାନି କଟକଣା ଲଗାଇଲେ ଦେଶରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରହିବ ନାହିଁ ବୋଲି ସତର୍କ କରାଇଦେଇଛି ଭାରତୀୟ ଶିଳ୍ପ ସଂଘ । ଏହାରି ଭିତରେ କରୋନା ଭୟରେ ଅର୍ଥନୀତି କିଭଳି ଖରାପ ହୋଇଛି ଏହି ଚିଠିରୁ ସୂଚନା ମିଳୁଛି ।

Related News
satta king tw