Top Stories

Search here...

News

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୫୯ ଜଣ ନୂଆ ମାମଲା ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Jan 13, 2022 04:21 PM

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାଲର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୫୯ ଜଣ ନୂଆ ମାମଲା ଚିହ୍ନଟ ହୋଇଛି ।  ଚଳିତ ବର୍ଷ ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଟପିଯାଇଛି ।  ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୮୭୨ ଜଣଙ୍କ ନମୂନା ପଜିଟିଭ ଚିହ୍ନଟ ହୋଇଛି । ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୪ ହଜାର ୨୨୬ ନୂଆ ମାମଲା ଆସିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ହଜାଲର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସେହିପରି ସୁନ୍ଦରଗଡରୁ ୧ହଜାର ୩୪୮ ଜଣ, କଟକରୁ ୮୭୦, ସମ୍ବଲପୁରରୁ ୫୭୦ ଓ ମୟୂରଭଂଜରୁ ଚିହ୍ନଟ ହୋଇଛନ୍ତି ୪୨୩ ଜଣ ପଜିଟିଭ । ବାଲେଶ୍ୱର, ବଲାଙ୍ଗିର, ଝାରସୁଗୁଡା, ଯାଜପୁର, ପୁରୀରେ ନୂଆ ମାମଲା ୨ଶହ ଟପିଛି । ଭଦ୍ରକ, ଗଂଜାମ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ନୟାଗଡ, ରାୟଗଡା ଓ ସୋନପୁରରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର ୧୨ପ୍ରତିଶତରୁ ଅଧିକ ରହିଛି । ସେପଟେ ଗତକାଲି ତୁଳନାରେ ଆଜି ସଂକ୍ରମଣ ହାର ରହିଛି ୧୪ ପ୍ରତିଶତରୁ ଅଧିକ । ଗତକାଲି ଅପେକ୍ଷା ଆଜି ୧ ହଜାର ୨୮୧ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ଗତକାଲି ୮ ହଜାର ୭୭୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପିଜିଟିଭ ୧୦ ହଜାର ଟପି ଯାଇଛି । କେବଳ ଜାନୁୟାରୀ ମାସର ୧୩ ଦିନରେ ୪୬ ହଜାର ୭୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।      

Related News
satta king tw