Top Stories

Search here...

News

ଦ୍ୱିତୀୟ ଲହର ଠୁ ଦୁଇ ଗୁଣା ବଢିବ ସଂକ୍ରମଣ, ଦିନକରେ ୮ ଲକ୍ଷ ସଂକ୍ରମିତ ହେବେ: ରିପୋର୍ଟ

Posted On - 6 minutes ago
Edited By Prabir Kumar
LAST UPDATED Jan 09, 2022 08:07 PM

ସୁତ୍ର ମଡଲେର ବୈଜ୍ଞାନିକ  ତଥା ଆଇଆଇଟି  କାନପୁରର ଗଣିତଜ୍ଞ ପ୍ରଫେସର ମିନିନ୍ଦର ଅଗ୍ରୱାଲଙ୍କ ଆକଳନ ଅନୁସାରେ ଦେଶରେ ଫେବ୍ରୁଆରୀ  ପ୍ରଥମ ସପ୍ତାହ କିମ୍ବା ତା ପୂର୍ବରୁ ପିକ୍ ଛୁଇଁପାରେ ସଂକ୍ରମଣ ।

 

BBSR Reporters

 

କାନପୁର: ତୃତୀୟ ଲହରରେ ଦେଶରେ ପିକ୍ ଗୋଟିଏ ଦିନରେ  ମାମଲା ୮ ଲକ୍ଷ ହୋଇପାରେ ।  ଏହା ଦ୍ୱିତୀୟ ଲହରରେ ଥିବା ପିକଠାରୁ ଦୁଇଗୁଣା ଅଧିକ । ସୁତ୍ର ମଡଲେର ବୈଜ୍ଞାନିକ  ତଥା ଆଇଆଇଟି  କାନପୁରର ଗଣିତଜ୍ଞ ପ୍ରଫେସର ମିନିନ୍ଦର ଅଗ୍ରୱାଲ । ମନିନ୍ଦର ଅଗ୍ରୱାଲଙ୍କ ଆକଳନ ଅନୁସାରେ, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ ଚଳିତ ମାସ ତୃତୀୟ ସପ୍ତାହକୁ ଆଡକୁ କରୋନା ସଂକ୍ରମଣ ପିକ୍ ଛୁଇଁପାରେ ।

 

ତେବେ ଦେଶରେ ଆସନ୍ତାମାସର ପ୍ରଥମ ସପ୍ତାହ କିମ୍ବା ତା ପୂର୍ବରୁ ପିକ୍ ଛୁଇଁପାରେ । ମାର୍ଚ ମଧ୍ୟଭାଗରେ ଏହି ପିକ୍  ଧିରେ ଧିରେ କମିବ ବୋଲି ଆକଳନ କରିଛନ୍ତି ମନିନ୍ଦର ଅଗ୍ରୱାଲ ।  ତେବେ ମାମଲା ବୃଦ୍ଧି କାରଣ ମଧ୍ୟରୁ ୫ ରାଜ୍ୟରେ ନିର୍ବାଚନ ବି  ଏକ କାରଣ ହୋଇପାରେ ବୋଲି ମନିନ୍ଦର ଅଗ୍ରୱାଲ କହିଛନ୍ତି ।

 

 ସେ ଆହୁରି କହିଛନ୍ତି, ନିର୍ବାଚନ ପ୍ରଭାବ ଉପରେ ତାଙ୍କର ମନ୍ତବ୍ୟ ଗତବର୍ଷ ୧୬ଟି ରାଜ୍ୟରେ କୋଭିଡ ପରିସ୍ଥିତି ଉପରେ ହୋଇଥିବା ବିଶ୍ଳେଷଣ ଉପରେ ଆଧାରିତ ଥିଲା । ଏଥିମଧ୍ୟରୁ ୫ଟି ରାଜ୍ୟ ଦ୍ୱିତୀୟ ଲହରରେ ନିର୍ବାଚନକୁ ଯାଇଥିଲା । ଏହି ରାଜ୍ୟଗୁଡିକରେ ୫ଟି ପାରାମିଟରକୁ ଧ୍ୟାନରେ ରଖାଯାଇଥିଲା । ନିର୍ବାଚନ ହୋଇଥିବା ୫ଟି ରାଜ୍ୟ ଓ ନିର୍ବାଚନ ହୋଇନଥିବା ୧୧ଟି ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରାଯାଇଥିଲା ।

 

ବର୍ତମାନସର ସ୍ଥିତି ସମ୍ପର୍କରେ ସେ କହିଛନ୍ତି, ଏବେ ପାରାମିଟରଗୁଡିକ ପରିବର୍ତନ ହେଉଥିବାରୁ ଏ ସମ୍ପର୍କରେ ଆକଳନ କରିବା କଷ୍ଟକର । ତେବେ ମହାନଗରଗୁଡିକରେ ପିକ୍ ଏହି ମାସର ମଧ୍ୟଭାଗରେ ଛୁଇଁପାରେ । ଆଉ ଦେଶରେ ଏହା ଫେବୃଆରୀରେ ଆସିପାରେ ।

Related News
satta king tw