Top Stories
Search here...
News
XIMB ଇନଷ୍ଟିଚ୍ୟୁଟରେ ଏକସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ
Posted On - 32 minutes ago
ଫଳରେ ବିଏମ୍ସି ପକ୍ଷରୁ ଏହାର ଏକ ହଷ୍ଟେଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
BBSR Reporters
ଖୋର୍ଦ୍ଧା: ଭୁବନେଶ୍ୱରସ୍ଥିତ XIMB ଇନଷ୍ଟିଚ୍ୟୁଟରେ ଏକସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋଇଛନ୍ତି। XIMB ଇନଷ୍ଟିଚ୍ୟୁଟର଼ ଏକ ହଷ୍ଟେଲରେ ୩୦ ରୁ ଅଧିକ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଫଳରେ ବିଏମ୍ସି ପକ୍ଷରୁ ଏହାର ଏକ ହଷ୍ଟେଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।
ଏହି ସମୟରେ ସମ୍ପୃକ୍ତ ହଷ୍ଟେଲ ଛାତ୍ରଛାତ୍ରୀ ବାହାରକୁ ବାହାରି ପାରିବେନି। ବିଏମ୍ସି ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏଥିସହ କଲେଜ କ୍ୟାମ୍ପସ୍ ପରିସରରେ ଥିବା ଅନ୍ୟ ସବୁ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ହେବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ରାଜଧାନୀର ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ରାଜଧାନୀର ସମୁଦାୟ ୨୬ଟି ଅଞ୍ଚଳ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇ ସାରିଲାଣି।