Top Stories

Search here...

News

ଡେଲ୍‌ଟା ଭାରିଆଂଟ ତୁଳନାରେ ୫ ଗୁଣା ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍

Posted On - 7 minutes ago
Edited By Team BbsrReporters
LAST UPDATED Jan 07, 2022 02:40 PM

ଗତ ୨୪ ଘଂଟାରେ ଦୈନିକ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବ ଦୁଇ ଦିନ ୫୬ ଦଶମିକ ୩ ଓ ୫୬ ଦଶମିକ ୬ ପ୍ରତିଶତ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିଲା ।
 

 

BBSR Reporters

 

ଭୁବନେଶ୍ୱର: ଭୟଙ୍କର ବେଗରେ ମାଡୁଛି କରୋନାର ନୂଆ ଭାରିଆଂଟ ଓମିକ୍ରନ୍ । ପୂର୍ବ ଭାରିଆଂଟ ଡେଲ୍‌ଟା ତୁଳନାରେ ୫ ଗୁଣା ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ । ମାତ୍ର ୮ ଦିନରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଯାଇ ୧ ଲକ୍ଷ ପାର କଲାଣି । କରୋନାର ପ୍ରଥମ ଲହର ବେଳେ କରୋନାର ଦୈନକ ସଂକ୍ରମଣ ୧୦ ହଜାରରୁ ୧ ଲକ୍ଷରେ ପହଂଚିବା ପାଇଁ ୧୦୩ ଦିନ ସମୟ ଲାଗିଥିଲା । ପ୍ରଥମ ଲହରରେ ଦୈନିକ ସଂକ୍ରମଣ ସର୍ବାଧିକ ୯୮ ହଜାର ୭୯୫ରେ ପହଂଚିଥିଲା । ସେହିପରି ଦ୍ୱିତୀୟ ୱେଭ୍ ବେଳେ ୪୭ ଦିନ ପରେ ଦୈନିକ ସଂକ୍ରମଣ ୧ ଲକ୍ଷରେ ପହଂଚିଥିଲା । ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ୪ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା ।

 

ସେହି ଅନୁସାରେ ବର୍ତମାନ କରୋନାର ଦୈନକ ସଂକ୍ରମଣ ଡେଲ୍‌ଟା ତୁଳନାରେ ୫ ଗୁଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ଦୈନିକ ସଂକ୍ରମଣ ୨୮ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବ ଦୁଇ ଦିନ ୫୬ ଦଶମିକ ୩ ଓ ୫୬ ଦଶମିକ ୬ ପ୍ରତିଶତ ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିଲା ।

Related News
satta king tw