Top Stories

Search here...

News

ଆସନ୍ତାକାଲି ଠୁ କିଶୋରଙ୍କୁ ଟିକାକରଣ; ଜାନୁଆରୀ ସୁଦ୍ଧା ସରିବ ଟିକାକରଣ

Posted On - 7 minutes ago
Edited By Prabir Kumar
LAST UPDATED Jan 02, 2022 08:40 PM

ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ ସ୍କୁଲ ପ୍ରିନ୍ସିପାଲ  ।  ୧୫ରୁ ୧୮ ବର୍ଷର ପିଲାମାନେ କେବଳ କୋଭାକ୍ସିନ ଟିକା ନେଇ ପାରିବେ ।

 

BBSR Reporters

 

ଭୁବନେଶ୍ୱର: ଜାନୁଆରୀ ଶେଷ ସୁଦ୍ଧା ସରିବ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ । ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ ସ୍କୁଲ ପ୍ରିନ୍ସିପାଲ । ସ୍କୁଲର କେତେ ପିଲା ଟିକା ନେବାକୁ ଯୋଗ୍ୟ, ସେମାନଙ୍କ ତାଲିକା ଅନୁସାରେ ଟିକକରଣ କରିବା ପାଇଁ ବ୍ୟବସ୍ଥା କରିବେ ସିଡିଏମଓ । କିଶୋରଙ୍କ ଟିକାକରଣରେ ଶିକ୍ଷା ବିଭାଗ ସହ ସମ୍ବନ୍ୱୟ ରକ୍ଷା କରିବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ । ଟିକକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବ ସ୍କୁଲ ।

 

୧୫ରୁ ୧୮ ବର୍ଷର ପିଲାମାନେ କେବଳ କୋଭାକ୍ସିନ ଟିକା ନେଇ ପାରିବେ । ପିଲାମାନେ ଉଉୟ ଅନଲାଇନ୍ ଓ ଅଫଲାଇନ୍ ଟିକା ପଂଜିକରଣ କରିପାରିବେ । ଜାନୁଆରୀ ୮ ତାରିଖ ପରେ କରୋନା ଟିକା ନେଇ ମାଟ୍ରିକ୍ ପିଲା । ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା ହେଉଥିବାରୁ ଏପରି ନିଷ୍ପତି ନିଆଯାଇଛି । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆସନ୍ତାକାଲିଠାରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟିକାକରଣ କରାଯିବ ।
 

Related News
satta king tw