Top Stories

Search here...

News

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ

Posted On - 6 minutes ago
Edited By Team BbsrReporters
LAST UPDATED Jan 01, 2022 01:11 PM

ଡିସେମ୍ବର ୨୭ରେ ରାଜ୍ୟରେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଡିସେମ୍ବର ୨୮ରେ  ୧୫୬, ଡିସେମ୍ବର ୨୯ରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର:  ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ। ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୯ ରୋଗୀ ଚିହ୍ନଟ ହୋଇଛନ୍ତିା  ୧୮ ବର୍ଷରୁ କମ ୩୩ ଜଣ ପିଲା ଅଛନ୍ତି ।  କଟକରେ ୩୫ ଓ ସୁନ୍ଦରଗଡରେ ୨୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତ ୪ ଦିନ ଧରି ଏହି ଧାରା ଜାରି ରହିଛି।

 

ଡିସେମ୍ବର ୨୭ରେ ରାଜ୍ୟରେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଡିସେମ୍ବର ୨୮ରେ  ୧୫୬, ଡିସେମ୍ବର ୨୯ରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୩୦ରେ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଡିସେମ୍ବର ୩୧ରେ ୨୨୮ ଓ ଆଜି ଜାନୁଆରୀ ପହିଲାରେ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ୱ୍ୟ ନିର୍ଦ୍ଦେଶକ କହିଛନ୍ତି, ଖୋର୍ଧା ମେଡିକାଲ ହବ ଥିବାରୁ ଏଠାରେ ଅଧିକ ସଂକ୍ରମଣ ବଢୁଛି ।  ସମସ୍ତଙ୍କୁ କୋଭିଡ ନିୟମ ପାଳନ ପାଇଁ ସେ ଅନୁରୋଧ କରିଛନ୍ତି ।

Related News
satta king tw