Top Stories

Search here...

News

୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ନେବେ ଟୀକା

Posted On - 10 minutes ago
Edited By Team BbsrReporters
LAST UPDATED Dec 30, 2021 04:15 PM

କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ୩ ତାରିଖରୁ ଟୀକାକରଣ ହେବ। ଏଥିପାଇଁ ୧ ରୁ ପଞ୍ଜିକରଣ ଆରମ୍ଭ ହେବ।

 

BBSR Reporters

 

ଭୁବନେଶ୍ୱର: ୧୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ନେବେ ଟୀକା। କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି। ୩ ତାରିଖରୁ ଟୀକାକରଣ ହେବ। ଏଥିପାଇଁ ୧ ରୁ ପଞ୍ଜିକରଣ ଆରମ୍ଭ ହେବ।

 

ପରିବାର କଲ୍ୟାଣ ନିର୍ଦେଶକ, ବିଜୟ ପାଣିଗ୍ରାହୀ  କହିଛନ୍ତି ଯେ, ପିଲା ମାନେ କୋଭକ୍ସିଂନ ଟୀକା ନେବେ। ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି। ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି ଆବଶ୍ୟକତା ଅନୁସାରେ ଟୀକାକରଣ କେନ୍ଦ୍ର ଖୋଲିବେ। ଆବଶ୍ୟକ ସ୍ଥଳେ ସ୍କୁଲରେ ବି ଟୀକାକରଣ କେନ୍ଦ୍ର ଖୋଲାଯିବ। ସଠିକ ସମୟରେ ସମସ୍ତେ ଟୀକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ। ଟୀକାକରଣ କେନ୍ଦ୍ରରେ ସକାଳ  ବେଳା ୧୫-୧୮ ବର୍ଷ ପାଇଁ ଟୀକାକରଣ ହେବ। ଅପରାହ୍ଣ ରେ ଅନ୍ୟମାନଙ୍କ ଟୀକାକରଣ ହେବ।

 

୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସେହିପରି ୬୦ ବର୍ଷରୁ ଉର୍ଧ୍ବ ଓ  ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ। ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି।୬୦ ବର୍ଷରୁ ଉର୍ଧ୍ବ ଓ  ଦୁରାରୋଗ୍ୟରେ ପୀଡିତ ହିତାଧିକାରୀ କେଉଁ ଟୀକା ନେବେ ତାହା ସ୍ପଷ୍ଟ ହୋଇନାହିଁ।
 

Related News
satta king tw