Top Stories

Search here...

News

ଓମିକ୍ରନ ସଂକ୍ରମିତ ଅଧିକାଂଶ ହସ୍ପିଟାଲରେ ଭର୍ତି ହେଉନାହାନ୍ତି: ରିପୋର୍ଟ

Posted On - 7 minutes ago
Edited By Team BbsrReporters
LAST UPDATED Dec 23, 2021 07:58 PM

ବୁଧବାର  ପ୍ରକାଶ ପାଇଥିବା  ବିଟ୍ରେନର ଦୁଇ ଅଧ୍ୟୟନ ମୁତାବକ ଡେଲଡା ଭୂତାଣୁ ଭଳି ଓମିକ୍ରନ ସଂକ୍ରମିତ ହେଉଥିବା ବ୍ୟକ୍ତି ହସ୍ପିଟାଲରେ ଭର୍ତି ହେବାର  ଆଶଙ୍କା କମ୍ ରହିଛି ।

 

BBSR Reporters

 

ନୂଆଦିଲ୍ଲୀ:  କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ଡେଲଟା ଭୂତାଣୁ କମ୍ ମାରାତ୍ମକ ବୋଲି ପୂର୍ବରୁ କିଛି ରିପୋର୍ଟ ପ୍ରକାଶ ପାଇଛି । ଏପରି ସ୍ଥଳେ ଓମିକ୍ରନକୁ ନେଇ ଆସିଛି ଆଉ ଏକ ଆସ୍ୱସ୍ତିକର ଖବର । ଓମିକ୍ରମ ସଂକ୍ରମିତ ହେଉଥିବା ବ୍ୟକ୍ତି ହସ୍ପିଟାଲରେ ଭର୍ତିହେବାର ଆଶଙ୍କା କମ୍ ରହିଛି । ବୁଧବାର  ପ୍ରକାଶ ପାଇଥିବା  ବିଟ୍ରେନର ଦୁଇ ଅଧ୍ୟୟନ ମୁତାବକ ଡେଲଡା ଭୂତାଣୁ ଭଳି ଓମିକ୍ରନ ସଂକ୍ରମିତ ହେଉଥିବା ବ୍ୟକ୍ତି ହସ୍ପିଟାଲରେ ଭର୍ତି ହେବାର  ଆଶଙ୍କା କମ୍ ରହିଛି ।

 

 ସ୍କଟଲାଣ୍ଡ ଏବଂ ଇଂଲଣ୍ଡର ଏହି ଦୁଇ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତ ନଭେମ୍ବର ଏବଂ ଡିସେମ୍ବର ମାସରେ ଓମିକ୍ରନ ଏବଂ ଡେଲଟା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକମାନଙ୍କ ଉପରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ଓମିକ୍ରମ ଭୂତାଣୁ ଡେଲଟା ଭୂତାଣୁ ତୁଳନାରେ ଦୁଇରୁ ତିନି ଭାଗ କମ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମିତ ୨୦ ପ୍ରତିଶତରୁ କମ୍ ଲୋକ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଓମିକ୍ରନ ସଂକ୍ରମିତ ହେଉଥିବା ୨ ରୁ ୪ ପ୍ରତିଶତ ଲୋକ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଯାହା ପୂର୍ବରୁ ୨୦ ପ୍ରତିଶତ ଥିଲା ।  ତେବେ କରୋନା ବୁଷ୍ଟର ଡୋଜ ନେଉଥିବା ଲୋକଙ୍କ ପାଇଁ ଏହା ଅଧିକ ଫଳପ୍ରଦ ହେବ ବୋଲି କୁହାଯାଉଛି ।

 

ଏପଟେ ବ୍ରିଟେନ୍ରେ ଦିନକରେ ୧ ଲକ୍ଷରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୧ ଲକ୍ଷ ୬ ହଜାର ୧୨୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ବ୍ରିଟେନ୍ରେ ସର୍ବାଧିକ ୯୩ ହଜାର ୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଗତ ୨୪ ଘଂଟାରେ ଲକ୍ଷେ ପାର ପଜିଟିଭ୍ ଆସିଛି ।


 ୟୁରୋପୀୟ ଦେଶ ମଧ୍ୟରୁ ବ୍ରିଟେନ୍ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବ୍ରିଟେନ୍ ସରକାର ଲୋକଙ୍କୁ ବୁଷ୍ଟର ଡୋଜ୍ ନେବା ପାଇଁ ଅପିଲ କରିଛନ୍ତି । ବର୍ତମାନ ସୁଦ୍ଧା ୟୁକେରେ ୩୦ ମିଲିୟନ୍ରୁ ଅଧିକ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଲେଣି । ସେହିପରି ବ୍ରିଟେନ୍ରେ ୩୭ ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର ଭ୍ୟାକ୍ସିନ୍ ଦେବା ପାଇଁ ଅନୁମତି ଦେଇଛି ବ୍ରିଟେନ୍ । 

 

ସେହିପରି ଫ୍ରାନ୍ସରେ ବୁଧବାର ୮୪ ହଜାର ୨୭୨ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଛି । ଚଳିତ ମାସ ଶେଷ ସୁଦ୍ଧା ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିପାରେ ବୋଲି ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Related News
satta king tw