Top Stories

Search here...

News

ପ୍ରତିରୋଧକ ଶକ୍ତି କମ୍ ଥିଲେ ଦିନକୁ ଦେଢ଼ ଲକ୍ଷ ସଂକ୍ରମିତ ବାହାରାବେ: ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର

Posted On - 7 minutes ago
Edited By Team BbsrReporters
LAST UPDATED Dec 19, 2021 08:42 PM

ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିତିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର ।

 

BBSR Reporters

 

ଭୁବନେଶ୍ୱର:ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଚାରିଆଡେ ବ୍ୟାପିବା ଚିନ୍ତାଜନକ  । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା  । ସେମାନେ ଓମିକ୍ରନରେ ପୀଡିତ ନଥିଲେ  । ଅନ୍ୟ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି  । ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ପରିସଂଖ୍ୟାନ ଜିନିଷ ଉପରେ ଆଧାରିତ  । ଆଇଆଇଟି ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି  । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର । 

 

ଡାକ୍ତର ମହାପାତ୍ର କହିଛନ୍ତି, ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି  । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ  । ସିଡିସି କହିଛନ୍ତି ଓମିକ୍ରନ ପ୍ରଜାତି ଅଧିକ ସଂକ୍ରମକ  । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି  । କିନ୍ତୁ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ  । ସମାଜର ବି ଭୂମିକା ଅଛି  । 


ଯଦି ଲକ୍ଷଣ ଅଛି ଟେଷ୍ଟ କରାନ୍ତୁ  । ସଂଖ୍ୟା ଆମେ ପୁରା ଶୁନ କରିପାରିବା ନାହିଁ  । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା  । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିତିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ  ।

Related News
satta king tw