Top Stories

Search here...

News

ଟିକା ପ୍ରଭାବକୁ ହ୍ରାସ କରୁଛି କରୋନାର ଓମିକ୍ରନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Posted On - 6 minutes ago
Edited By Team BbsrReporters
LAST UPDATED Dec 13, 2021 11:15 AM

ବିଭିନ୍ନ ଦେଶରେ ଓମିକ୍ରନ ଭୂତାଣୁ ସଂପର୍କରେ ଅନୁଧ୍ୟାନ କରି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ।

 

BBSR Reporters


ନୁଆଦିଲ୍ଲୀ: ଟିକା ପ୍ରଭାବକୁ ହ୍ରାସ କରୁଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ବିଭିନ୍ନ ଦେଶରେ ଓମିକ୍ରନ ଭୂତାଣୁ ସଂପର୍କରେ ଅନୁଧ୍ୟାନ କରି ଏପରି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । ଡବ୍ଲୁଏଚଓ କହିଛି, ଡେଲଟା ଭୂତାଣୁ ଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ  । ତେବେ ରୋଗୀଙ୍କ ଠାରେ ଗୁରୁତର ଲକ୍ଷଣ ଦେଖା ଯାଉନାହିଁ  । ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୬୩ଟି ଦେଶକୁ ଏହା ବ୍ୟାପିଗଲାଣି  ।

 

ମିଳିଥିବା ପ୍ରାଥମିକ ତଥ୍ୟକୁ ଅନୁଧ୍ୟାନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି କହିଛି, ସଂକ୍ରମଣ ନେଇ ଟିକାର ଯେଉଁ ପ୍ରଭାବ ଥିଲା, ତାହା ଓମିକ୍ରନ ଯୋଗୁଁ ହ୍ରାସ ପାଉଛି  । ଯଦି ଗୋଷ୍ଠୀ ସଂକ୍ରମଣ ହୁଏ, ତେବେ ଏହା ଡେଲଟା ଭୂତାଣୁ ଠାରୁ ଅଧିକ ସଂକ୍ରମକ ହେବ ବୋଲି କହିଛି ଡବ୍ଲୁଏଚଓ  । ଓମିକ୍ରନ ସଂକ୍ରମଣ ରୋକିବାକୁ ଅନେକ ଦେଶ କଟକଣା ଲାଗୁ କରିଛନ୍ତି  । 

 


ଏପଟେ ପଡେ଼ାଶୀ ଆନ୍ଧପ୍ରଦେଶରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶାକୁ ଏହା ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି  । କେରଳରେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏଥିସହ ଚଣ୍ଡିଗଡ଼ ଓ ନାଗପୁର ସମେତ କର୍ଣ୍ଣାଟକରେ ପୁଣି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଫଳରେ ଏହି ସଂଖ୍ୟା ଆମ ଦେଶରେ ୩୮କୁ ବୃଦ୍ଧି ପାଇଛି  ।
 

Related News
satta king tw