Top Stories

Search here...

News

ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ୍ ଭୂତାଣୁ; ଆଇସିଏମଆର ପ୍ରସ୍ତୁତ କଲା କିଟ୍ 

Posted On - 6 minutes ago
Edited By Prabir Kumar
LAST UPDATED Dec 12, 2021 03:57 PM

କରୋନାର ନୂଆ ରୂପ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା । ହେଲେ ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍ ତିଆରି କରିଛି ଆସାମର ଦିବ୍ରୁଗଡ ସ୍ଥିତ ଆଇସିଏମଆର ।

 

BBSR Reporters

 

ନୂଆଦିଲ୍ଲୀ: ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ୍ ଭୂତାଣୁ । ମାତ୍ର ୨ ଘଣ୍ଟାରେ ଚିହ୍ନଟ କରିବାକୁ ନୂଆ କିଟ୍ ତିଆରି କରିଛି ଆସାମର ଦିବ୍ରୁଗଡ ସ୍ଥିତ ଆଇସିଏମଆର । ସାରା ବିଶ୍ୱରେ କରୋନାର ଓମିକ୍ରନ୍ ଭାରିଏଣ୍ଟକୁ ନେଇ ଭୟ ସୃଷ୍ଟି ହୋିଛି । ଯେତେଶୀଘ୍ର ସମ୍ଭବ ଏହି ଭାରିଏଣ୍ଟ୍ ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରି ଆଇସୋଲେସନ୍ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।

 

କରୋନାର ନୂଆ ରୂପ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା । ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା ବିକଶିତ ନୂଆ କିଟ୍ ସାହାଯ୍ୟରେ ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 

ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଛି । ଡକ୍ଟର ବିଶ୍ୱଜ୍ୟୋତି ବୋରକାକୋଟିଙ୍କ ନେତୃତ୍ୱରେ ଆଇସିଏମ୍ଆର ବୈଜ୍ଞାନିକମାନେ ଏହି କିଟକୁ ତିଆରି କରିଛନ୍ତି । ଏହି ଶହେ ପ୍ରତିଶତ ସଠିକ୍ ରିପୋର୍ଟ ଦେଖାଇବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । କୋଲକାତା ଭିତ୍ତିକ କମ୍ପାନୀ ଜିସିସି ବାୟୋଟେକ୍ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ ଅଧୀନରେ ବଡ ସ୍ତରରେ ଏହି କିଟ୍ ପ୍ରସ୍ତୁତ କରିବ ।

 

ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩୩ ଜଣ ଓମିକ୍ରନ୍ ଭାଇରସରେ ସଂକ୍ରମିତ ହୋଇଛନ୍ତି ।  ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଅଧିକ ସଂକ୍ରାମକ ଓ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ତେବେ ପ୍ରାରମ୍ଭିକ ଅନୁସନ୍ଧାନରେ, ଡେଲ୍ଟା ଅପେକ୍ଷା ଓମିକ୍ରନ୍ ଅଧିକ ମାରାତ୍ମକ ନୁହେଁ ଜଣାପଡିଛି ।
 

Related News
satta king tw