Top Stories

Search here...

News

ଓମିକ୍ରୋନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ:ବିଜୟ ମହାପାତ୍ର

Posted On - 12 minutes ago
Edited By Team BbsrReporters
LAST UPDATED Dec 08, 2021 06:43 PM

ସେ କହିଛନ୍ତି, WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, କୋମୋର୍ବିଡ଼ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ ।

 

 

BBSR Reporters

 

ଭୁବନେଶ୍ୱର: ଓମିକ୍ରୋନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ l ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର, କହିଛନ୍ତି,ଯେମିତି କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ସେମିତି ଓମିକ୍ରୋନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ।  

 

ସେ କହିଛନ୍ତି, WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, କୋମୋର୍ବିଡ଼ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ । ଏହାସହ ଶିଶୁ ମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁ ମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି । ତେଣୁ ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ତାଲିମ ଦିଆଯାଉଛି । 

 

WHO ଏବଂ ଅନ୍ୟ ଗବେଷକ ମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରୋନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ, ଗୁରୁତର ହେଉନାହାନ୍ତି, ମୃତ୍ୟୁ ନାହିଁ । ପଜିଟିଭ୍ ହୋଇଥିବା 4 ବିଦେଶ ଫେରନ୍ତା ଲକ୍ଷଣ ବିହୀନ ।

Related News
satta king tw