Top Stories

Search here...

News

କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ କରୋନା ବଟିକା

Posted On - 10 hours ago
Edited By Team BbsrReporters
LAST UPDATED Dec 02, 2021 05:39 AM

ଆଂଟି ଭାଇରାଲ ବଟିକା ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ସୁପାରିଶ କରିଛି ଆମେରିକାର ଏକ୍ସପର୍ଟ ଆଡଭାଇଜରି କମିଟି ।

 

BBSR Reporters


ନୂଆଦିଲ୍ଲୀ: ଖୁବ୍ ଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଆସିବ କରୋନା ବଟିକା । ମହାମାରୀରୁ ମୁକ୍ତି ପାଇଁ ବ୍ୟବହାର ହେବ କରୋନା ଟାବଲେଟ୍  । ଆଂଟି ଭାଇରାଲ ବଟିକା ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ସୁପାରିଶ କରିଛି ଆମେରିକାର ଏକ୍ସପର୍ଟ ଆଡଭାଇଜରି କମିଟି । କମିଟି ୧୩ରୁ ୧୦ ଭୋଟ୍ ମାଧ୍ୟମରେ ମିର୍କ କରୋନା ଟାବ୍ଲେଟ୍କୁ ସମର୍ଥନ କରିଛନ୍ତି ।

 

 

ବିଶ୍ୱର ସ୍ୱାସ୍ଥ୍ୟ ଅଧିକାରୀମାନେ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ରୁ ରକ୍ଷା ପାଇବା ସପକ୍ଷରେ ଯୁକ୍ତି ବାଢିଥିଲେ । ମିର୍କ ଦ୍ୱାରା ପ୍ରସ୍ତୁତ ମୋଲାନୁପିରାଭିର ଟାବଲେଟ୍ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି । ଏହାକୁ ସେବନ କରିବା ଦ୍ୱାରା ଆକ୍ରାନ୍ତ ଗୁରୁତର ହେବେ ନାହିଁ ଓ ଡାକ୍ତରଖାନା ଉପରେ ମଧ୍ୟ ଚାପ କମିବ । କିଛି ସପ୍ତାହେ ଭିତରେ ଏହା ରୋଗୀଙ୍କ ପାଇଁ ଆମେରିକାରେ ଉପଲବ୍ଧ ହେବ ବୋଲି କୁହାଯାଇଛି ।

 

ଆମେରିକାରେ ପ୍ରାୟ ଏକ କୋଟି ବୟସ୍କ ଅଛନ୍ତି ଯେଉଁମାନେ ମୋଟାପଣ, ଡାଇବେଟିସ୍ ଓ ହାର୍ଟ ସମସ୍ୟା ଯୋଗୁ ଚିକିତ୍ସିତ ହେଉଛନ୍ତି । ଯଦି ଏ ବ୍ୟକ୍ତିମାନେ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ତେବେ ମୋଲାନୁପିରାଭିର ସେମାନଙ୍କ କ୍ଷେତ୍ରରେ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । 

Related News
satta king tw