Top Stories

Search here...

News

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ

Posted On - 1 month ago
Edited By Team BbsrReporters
LAST UPDATED Jan 19, 2022 02:01 AM

ସେ ଏବେ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 

 

BBSR Reporters

 

 

ଯାଜପୁର: ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଏବେ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଅକ୍ସିଜେନ ଲାଗିଥିବା ସୁପରିଟେଣ୍ଡେଟ ଡାକ୍ତର ସୁଧାଂଶୁ ସୁତାର କହିଛନ୍ତି ।

 

 

ସୂଚନା ଅନୁସାରେ ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯିବାରୁ ତାଙ୍କୁ ପ୍ରଥମେ ସୁକିନ୍ଦା ମେଡ଼ିକାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଗତ ରାତିରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Related News
satta king tw