Top Stories

Search here...

News

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ; ନିରଞ୍ଜନ ମିଶ୍ର

Posted On - 4 months ago
Edited By Team BbsrReporters
LAST UPDATED May 26, 2022 12:49 PM

କେଁଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । 

 

BBSR Reporters

 

ଭୁବନେଶ୍ୱର:  ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଁଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା। ଏ ନେଇ ଜିଲ୍ଳା ଗୁଡିକୁ ଜଣେଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା 61 ହଜାର ପଜିଥିଭ୍ ଥିବା ବେଳେ ମାତ୍ର 1100 ଡାକ୍ତରଖାନାରେ ଅଛନ୍ତି । 2 ପ୍ରତିଶତରୁ କମ୍ ହସପିଟାଲରେ । ଆଇସିୟୁରେ ପ୍ରାୟ  300 ଲୋକ ଅଛନ୍ତି।  

 

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  କହିଛନ୍ତି ଯେ, ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର।ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ। 

Related News
satta king tw