Top Stories

Search here...

News

'WHO' ରିପୋର୍ଟରେ ଅନୁସାରେ,  ଗତ ସପ୍ତାହରେ  କରୋନା ସଂକ୍ରମଣରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ହୋଇଛି

Posted On - 5 days ago
Edited By Team BbsrReporters
LAST UPDATED Jan 19, 2022 04:07 AM

ଡେଲଟାର ସ୍ଥାନ ନେଉଛି ଓମିକ୍ରନ, କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତି ବି ପୁଣି ସଂକ୍ରମିତ ହେଉଛନ୍ତି । ଟିକା ନେଇଥିବା ଲୋକ ବି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ : ସାରା ବିଶ୍ୱରେ ଓମିକ୍ରନ ସଂକ୍ରମଣ ବଢିଚାଲିଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍ଗଳବାର ଜାରି କରିଥିବା ରିପୋର୍ଟରେ ଅନୁସାରେ,  ଗତ ସପ୍ତାହରେ  କରୋନା ସଂକ୍ରମଣରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ରିପୋର୍ଟ ଅନୁସାରେ,  ଏହି ସମୟ ମଧ୍ୟରେ ପ୍ରାଣ ହରାଇଛନ୍ତି ୪୩ ହଜାରରୁ ଅଧିକ ଲୋକ । ଆଉ ଏହି ସଂଖ୍ୟା ସ୍ଥିର ରହିଛି ।  ଆଫ୍ରିକାକୁ ଛାଡି  ଦୁନିଆର ଅନ୍ୟ ଦେଶରେ କରୋନା ସଂକ୍ରମଣ ବଢୁଛି l କେବଳ  ଆଫ୍ରିକାରେ କୋଭିଡ ମାମଲା ୧୧ ପ୍ରତିଶତ  କମିଛି ।  ବିଶ୍ୱସ୍ୱାସ୍ଥୟ ସଙ୍ଗଠନର  ମହାନିଦେ୍ର୍ଧଶକ  କହିଛନ୍ତିଷ  ଗତ ସପ୍ତାହରେ  କରୋନା  ସଂକ୍ରମଣ ପ୍ରାୟ  ଦେଢ କୋଟି ହୋଇଛି, ଯାହା ବର୍ତମାନ ସୁଦ୍ଧା ସବୁଠାରୁ ବେଶୀ ସଂକ୍ରମଣ ।  ଆଉ ଅଧିକାଂଶ ସକ୍ରମଣ ଓମିକ୍ରନ କାରଣରୁ ହେଉଛି ।  ଆଉ ଡେଲଟାର ସ୍ଥାନ ନେଉଛି ଓମିକ୍ରନ ।  ଆଉ  କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତି ବି ପୁଣି ସଂକ୍ରମିତ ହେଉଛନ୍ତି । ଟିକା ନେଇଥିବା ଲୋକ ବି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି ।

 

ତଥ୍ୟ ଅନୁସାରେ, ଡିସେମ୍ବର ପହିଲାରେ ବିଶ୍ୱରେ ୬ ଲକ୍ଷ ୭୮ ହଜାର ମାମଲା ସାମ୍ନାକୁ ଆସିଥିଲା ।  ଆଉ ୧୨ ଜାନୁଆରୀରେ ଏହା ବଢି ୨୮ ଲକ୍ଷ ହୋଇଥିଲା । ଏହା ଦର୍ଶାଉଛି  ସଂକ୍ରମଣ କେଉଁ ହାରରେ ବୃଦ୍ଧି ପାଉଛି ।  ଓମିକ୍ରନ ବୃଦ୍ଧିକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଇଛି ।  କିନ୍ତୁ ଆଫ୍ରିକୀୟ ଦେଶରେ  ଟିକାକରଣ ମନ୍ଥର ଗତିରେ ଚାଲିଛି । ଆଫ୍ରିକାରେ ବର୍ତମାନ ସୁଦ୍ଧା ୮୫ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ଓମିକ୍ରନ ସଂକ୍ରମଣ ବଢୁଥିବାରୁ କରୋନା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । 

Related News
satta king tw