Top Stories

Search here...

News

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

Posted On - 7 minutes ago
Edited By Team BbsrReporters
LAST UPDATED Jan 17, 2022 03:25 PM

ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନର। ୧୪ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ଏବେ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

 

BBSR Reporters

 

ଚଣ୍ଡିଗଡ: ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନର। ୧୪ ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ଏବେ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅପିଲ କରିଥିଲେ। ଏବେ ସବୁ ଦଳର ଅପିଲ ପରେ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ଭୋଟ ପଡିବ।

 

 ପୂର୍ବରୁ ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ ବୋଲି କୁହାଯାଇଥିଲା। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ। କିନ୍ତୁ ଏବେ ନିର୍ବାଚନ ତାରିଖ ୨୦ ଫେବ୍ରୁଆରୀକୁ ଘୁଞ୍ଚାଯାଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Related News
satta king tw