Top Stories

Search here...

News

ଦେଶରେ ଏବେ ୫ରୁ ୧୦ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତି

Posted On - 11 minutes ago
Edited By Team BbsrReporters
LAST UPDATED Jan 11, 2022 03:55 PM

ତେଣୁ ସଂଗରୋଧରେ ରହୁଥିବା ରୋଗୀଙ୍କ ଉପରେ କଡ଼ରା ନଜର ରଖିବା ପାଇଁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ହେଲେ ହସ୍ପିଟାଲରେ କମ୍ ରୋଗୀ ଭର୍ତି ହେଉଛନ୍ତି । ଦେଶରେ ଏବେ ୫ରୁ ୧୦ ପ୍ରତିଶତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତି ହେବାକୁ ପଡୁଛି । ହେଲେ ଏଥିରେ ଆଶ୍ୱସ୍ତ ହେବାର ନାହିଁ । କାରଣ ଏପରି ସ୍ଥିତି ଶୀଘ୍ର ପରବର୍ତନ ହୋଇପାରେ । ତେଣୁ ସଂଗରୋଧରେ ରହୁଥିବା ରୋଗୀଙ୍କ ଉପରେ କଡ଼ରା ନଜର ରଖିବା ପାଇଁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର ।

 

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦ୍ୱିତୀୟ ଲହରରେ ୨୦ରୁ ୩୦ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତି ହେଉଥିଲେ । ଦ୍ୱିତୀୟ ଲହର ତୁଳନାରେ ଚଳିତ ଲହରରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢିପାରେ । ଓମିକ୍ରନ୍ ଓ ଡେଲ୍‌ଟା ଯୋଗୁ ଦେଶରେ ସଂକ୍ରମଣ ବଢୁଛି । ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଭିତିଭୂମି ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରଖିବାକୁ ପଡ଼ିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

Related News
satta king tw