Top Stories

Search here...

News

ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ

Posted On - 14 minutes ago
Edited By Team BbsrReporters
LAST UPDATED Jan 11, 2022 03:25 PM

ଗତକାଲି  ଲକ୍ଷେ ୭୯ ହଜାର ୭୨୩ ମାମଲା ଚିହ୍ନଟ ହୋଇଥିଲା ।  ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ  ଅଧିକ ମାମଲା ସାମ୍ନାକୁ ଆସିଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି  ଲକ୍ଷେ ୭୯ ହଜାର ୭୨୩ ମାମଲା ଚିହ୍ନଟ ହୋଇଥିଲା ।  ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ  ଅଧିକ ମାମଲା ସାମ୍ନାକୁ ଆସିଛି । ଗତକାଲି ତୁଳନାରେ ଏହି ମାମଲା ୬.୫ ପ୍ରତିଶତ  କମ ରହିଛି ।

 

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩୩ ହଜାର ୪୭୦ ମାମଲା ସାମ୍ନାକୁ  ଆସିଛି । ପଶ୍ଚିମବଙ୍ଗରେ ୧୯, ୨୮୬, ଦିଲ୍ଲୀରେ ୧୯ ହଜାର ୧୬୬, ତାମିଲନାଡୁରେ ୧୩ ହଜାର ୯୯୦ ଓ କର୍ଣ୍ଣାଟକରେ ୧୧ ହଜାର ୬୯୮ ମାମଲା ସାମ୍ନାକୁ ଆସିଛି ।  କେବଳ ଏହି ରାଜ୍ୟଗୁଡିକୁ ୫୮ପ୍ରତିଶତରୁ ଅଧିକ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ  କେବଳ ୧୯.୯୨ ମାମଲା ସାମ୍ନାକୁ ଆସିଛି । ଦେଶରେ ୨୪ ଘଂଟାରେ ୨୭୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।  ସେହିଭଳି ଓମିକ୍ରନ ମାମଲା ଦେଶରେ ୪ ହଜାର ୪୬୧ ରହିଛି ।

Related News
satta king tw