Top Stories

Search here...

News

ଦେଶରେ ଗତ ୨୪ ଘଂଟାରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ କରୋନା ସଂକ୍ରମଣ

Posted On - 1 hour ago
Edited By Team BbsrReporters
LAST UPDATED Jan 07, 2022 02:39 PM

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି ।

 

 

BBSR Reporters

 

ଦେଶରେ ଏକ ଲକ୍ଷ ଟପିଲା କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି କରୋନା କାରଣରୁ ଗତ ୨୪ ଘଂଟା ଭିତରେ ଦେଶରେ ୩୦୨ଜଣଙ୍କର ମୃ୍‌ତ୍ୟୁ ହୋଇଛି । ୩୦ହଜାର ୮୩୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୧ ହଜାର ୩୬୩ ରହିଛି । ଗତ ୭ ମାସ ପରେ ୧ ଲକ୍ଷ ପାର କରିଛି ନୂଆ ମାମଲା ସଂଖ୍ୟା । ଏହା ପୂର୍ବରୁ ଜୁନ୍ ୬ ତାରିଖରେ ୧ ଲକ୍ଷରୁ ଅଧିକ ମାମଲା ଆସିଥିଲା ।

 

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି । ୫ଟି ସହରରେ ସବୁଠାରୁ ଅଧିକ ମାମଲା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୩୬ ହଜାର ୨୬୫, ପଶ୍ଚିମବଙ୍ଗରେ ୧୫ ହଜାର ୪୨୧, ଦିଲ୍ଲୀରେ ୧୫ ହଜାର ୯୭, ତାମିଲନାଡ଼ୁରେ ୬ହଜାର ୯୮୩, କର୍ଣ୍ଣାଟକରେ ୫ହଜାର ୩୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।

Related News
satta king tw