Top Stories

Search here...

News

କାମରେ ଲାଗିଲାନି ବିଜୁ ସ୍ୱାସ୍ଥ୍ୟ କାର୍ଡ !

Posted On - 8 minutes ago
Edited By Team BbsrReporters
LAST UPDATED Dec 30, 2021 07:45 PM

ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି  କାର୍ଡରେ ଚିକିତ୍ସା କରିବାକୁ ମନାକରିଦେଇଥିଲେ ହସପିଟାଲ କର୍ତୃପକ୍ଷ ।  ଫଳରେ ବାଧ୍ୟହୋଇ ୪୦ ହଜାର ଟଙ୍କା ଦେଇ ସେମାନେ ଚିକିତ୍ସା କରିଥିଲେ ।

 

BBSR Reporters


ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି  ହଇରାଣ ହୋଇଛନ୍ତି  ଜଗତସିଂହପୁରର କନକଲତା ବେହେରାଙ୍କ ପରିବାର । ୨୪ ତାରିଖ ଦିନ ଏକ ଦୁର୍ଘଟଣାରେ କନକଲତା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଅଧିକ ଚିକିତ୍ସା ପାଇଁ  ଭୁବନେଶ୍ୱର ହାଇ-ଟେକ ମେଡିକାଲକୁ ଅଣାଯାଇଥିଲା ।  ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି  କାର୍ଡରେ ଚିକିତ୍ସା କରିବାକୁ ମନାକରିଦେଇଥିଲେ ହସପିଟାଲ କର୍ତୃପକ୍ଷ ।  ଫଳରେ ବାଧ୍ୟହୋଇ ୪୦ ହଜାର ଟଙ୍କା ଦେଇ ସେମାନେ ଚିକିତ୍ସା କରିଥିଲେ । ପରଦିନ ମେଡିକାଲ କର୍ତୃପକ୍ଷ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ ।

 

ଏଠାରେ ବଡ ପ୍ରଶ୍ନ ହେଲା, ମେଡିକାଲ କର୍ତୃପକ୍ଷ ୪୦ ହଜାର ଟଙ୍କା ଫେରାଇବେ କି ।  ସେପଟେ ମେଡିକାଲ କର୍ତୃପକ୍ଷ କହିଛନ୍ତି, ମେଡିକାଲରେ ଭର୍ତି ହବୋ ଦିନ ସଂପୃକ୍ତ ରୋଗୀଙ୍କ ପାଖରେ ବିଜୁ ସ୍ୱାସ୍୍ୟ କାର୍ଡ ନଥିଲା । ସେଥିପାଇଁ ଟଙ୍କା ନିଆଯାଇଥିଲା । ଆଉ ପରଦିନ ସ୍ୱାସ୍ଥ୍ୟକାର୍ଡ ଦେବା ପରେ  ମାଗଣା ଚିକିତ୍ସା କରାଯାଇଛି । 

Related News
satta king tw