Top Stories

Search here...

News

ୟଏଇରୁ ଫେରିଥିବା ବ୍ୟକ୍ତି ଓମିକ୍ରନ ସଂକ୍ରମିତ; ରାଜ୍ୟ ୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

Posted On - 1 hour ago
Edited By Team BbsrReporters
LAST UPDATED Dec 29, 2021 08:07 PM

ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୮୧କୁ ବୃଦ୍ଧି ପାଇଛି ।

 

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।ଏହି ନୂଆ ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ନିକଟରେ ୟୁଏଇରୁ ଫେରିଥିଲେ ।


ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି, ୟୁଏଇରୁ ଫେରିଥିବା ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ ହେବା ପରେ ତାଙ୍କ ଜିନମ ସିକ୍ୱେନସିଂ କରାଯାଇଥିଲା । ଏଥିରେ ସେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତାଙ୍କଠାରେ ସ୍ୱଳ୍ପ ଲକ୍ଷଣ ରହିଛି ।


ଉକ୍ତ ବ୍ୟକ୍ତିଙ୍କ  ସଂସ୍ପର୍ଶରେ ଆସିଥିବା ତାଙ୍କ ବାପା ଓ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ସେମାନଙ୍କ ପ୍ରାଥମିକ ରିପୋର୍ଟ ନେଗେଟିଭ୍ ଆସିଛି । ଏହା ପୂର୍ବରୁ ଯେଉଁ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେମାନେ ସମସ୍ତେ ମଧ୍ୟ ବିଦେଶରୁ ଫେରିଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଭଉଣୀ ଥିଲେ । ସେମାନେ ନାଇଜେରିଆରୁ ସେମାନଙ୍କ ବାପାମା’ଙ୍କ ସହିତ ଫେରିଥିଲେ ।

ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭୮୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୧୬୭, ଗୁଜରାଟରେ ୭୩, କେରଳରେ ୬୫ ଓ ତେଲେଙ୍ଗାନାରେ ୬୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ବାକି ୯୨ଟି ଲୋକାଲ୍ କେସ୍ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ୧୮ ବର୍ଷରୁ କମ୍ ବର୍ଗର । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related News
satta king tw