Top Stories

Search here...

News

୨୧୩କୁ ବୃଦ୍ଧି ପାଇଲା ଓମିକ୍ରନ୍  ସଂକ୍ରମଣ; ମହାରାଷ୍ଟ୍ରରେ ସର୍ବାଧିକ ୬୫  ଆକ୍ରାନ୍ତ

Posted On - 6 minutes ago
Edited By Team BbsrReporters
LAST UPDATED Dec 22, 2021 11:34 AM

ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଓମିକ୍ରନ୍ ଡେଲଟା ଅପେକ୍ଷା ୩ ଗୁଣ ଅଧିକ ସଂକ୍ରମିତ ବୋଲି କୁହାଯାଉଛି । 

 

BBSR Reporters

 

ନୂଆଦିଲ୍ଲୀ: ଭାରତରେ ।ଉଛି ଓମିକ୍ରନ୍ ମାମଲା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ଅଦ୍ୟାବଧି ଓମିକ୍ରନ୍ ମାମଲା ୨୧୩କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ଦିଆଯାଇଛି । କରୋନାର ଏହି ନୂଆ ଭ୍ୟାରିଆଣ୍ଟର ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ୬୫ ରହିଛି । ତାପଛକୁ ୫୭ଟି ମାମଲା ସହ ଦିଲ୍ଲୀ ଦ୍ୱୀତିୟ ସ୍ଥାନରେ ରହିଛି  । 


ଏବେ ପର୍ଯ୍ୟନ୍ତ ଓମିକ୍ରନରୁ ୯୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଭାରତରେ ଧିରେ ଧିରେ ବ୍ୟାପୁଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ  ଚିନ୍ତା  ବଢାଇଦେଇଛି ।  ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଓମିକ୍ରନ୍ ଡେଲଟା ଅପେକ୍ଷା ୩ ଗୁଣ ଅଧିକ ସଂକ୍ରମିତ ବୋଲି କୁହାଯାଉଛି । ତେଣୁ ଗ୍ରାମାଞ୍ଚଳ ଏବଂ ଜିଲ୍ଲାସ୍ତରରେ ଅଧିକ ସତର୍କ ଜରୁରୀ । ଆବଶ୍ୟକ ପଡ଼ିଲେ କଠୋର ନିଷ୍ପତ୍ତି ନେବାକୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ରାଜ୍ୟମାନଙ୍କୁ ଚିଠି ଲେଖି ଅବଗତ କାରିଛନ୍ତି । 

 

ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ସରକାର ଅଧିକ ସାବଧାନ ରହିବାକୁ କୁହାଯାଇଛି  । ସୋମବାର ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଅଧିକାଂଶ ଓମିକ୍ରନ୍ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରୀ ଦୁବାଇ ରହିଛି । ୨୨ ଟି ମାମଲାରୁ ୧୯ଟି ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରୀ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୟୁଏଇ / ଦୁବାଇରୁ ଆସିଥିବା ସର୍ବାଧିକ ୧୦ ରୋଗୀ, ବ୍ରିଟେନରୁ ୪, ଦକ୍ଷିଣ ଆଫ୍ରିକାରୁ ୨, ତାଞ୍ଜାନିଆରୁ ୨ ଏବଂ ଜିମ୍ବାୱେରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ୩ ଜଣ ବିଦେଣଯାତ୍ରା ବେଳେ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ଏହି ରୋଗରେ ଶିକାର ହୋଇଛନ୍ତି ।


ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୩୧୭ଟି ନୂଆ କୋଭିଡ୍ ମାମଲା ପଞ୍ଜିକୃତ ହୋଇଛି  । ଯାହା ପୂର୍ବ ଦିନ ତୁଳନାରେ ୧୮.୬ ପ୍ରତିଶତ ଅଧିକ । ଏଥିସହ କୋଭିଡ ଜନିତ ସମୁଦାୟ କେସ୍ ୩,୪୭,୫୮,୪୮୧କୁ ଛୁଇଁଛି । ଦେଶରେ ଏବେ ଆକ୍ଟିଭ କେସ ୭୮,୧୯୦ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୪,୭୮,୩୨୫କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ମୋଟ ୫୭,୦୫,୦୩୯ ଜଣଙ୍କୁ କୋଭିଡ୍ ଡୋଜ୍ ଦିଆଯାଇଛି । ଏଥିସହ ସମୁଦାୟ କୋଭିଡି ଟିକା ପ୍ରଦାନରେ ୧,୩୮,୯୫,୯୦,୬୭୦ ଛୁଇଁଛି ।

Related News
satta king tw