Top Stories

Search here...

News

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନାର ଶୁଭାରମ୍ଭ; ଉଭୟ ଡାକ୍ତର, ରୋଗୀଙ୍କୁ ମିଳିବ ସୁବିଧା

Posted On - 8 minutes ago
Edited By Team BbsrReporters
LAST UPDATED Dec 20, 2021 07:17 PM

ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା- ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉକôୃଷ୍ଟ ସ୍ୱାସ୍ଥ୍ୟସେବା ଯେଗାଇଦେବା ପାଇଁ ଉଭୟ ଡାକ୍ତର ଏବଂ ରୋଗୀ ଯାଇପାରିବେ । 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ । ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ ହୋଇଛି ।

 

ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା- ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉକôୃଷ୍ଟ ସ୍ୱାସ୍ଥ୍ୟସେବା ପାଇପାରିବେ । ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲର ଦକ୍ଷ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡ୍ନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । 

 

ଆଜିଠୁ ମୁଖ୍ୟମନ୍ତ୍ରୀ ଙ୍କ ବାୟୁ ସ୍ୱାସ୍ଥ୍ୟ ସ୍ୱୋ ଆରମ୍ଭ ହେଲା । ଏସ ସି ବି ର ପାଞ୍ଚ ଜଣିଆ ଡାକ୍ତରିଦଳ ମାଲକାନଗିରି ଯାଇଛନ୍ତି । ସୁପର ସ୍ପେଶାଲିଟି ବିଭାଗର ଡାକ୍ତର ସବୁ ଯାଇଛନ୍ତି । ଘର ପାଖରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାଏହି କାର୍ଯ୍ୟକ୍ରମ ର ଲକ୍ଷ ରହିଛି ।ଭିତ୍ତିଭୂମି ସଜାଡି ବା ପାଇଁ ପୁର୍ବରୁ ଟିମ ଯାଇଛନ୍ତି । ପୁର୍ବରୁ ରୋଗୀ ଚିହ୍ନଟ ସରିଛି । ଚେକ ଅପ ସରିଛି ।

 

ଏଠାରୁ ବିଶେଷଜ୍ଞ ଗଲେ ଅପରେସନ କରିବେ । ଗୋଟିଏ ଦିନ ଅବଜରଭେସନରେ ରଖିବେ ତା ପରେ ପୁର୍ବରୁ ଯାଇଥିବା ଟିମ ନିରିକ୍ଷଣରେ ରୋଗୀ ଭଲହେବା ପର୍ଯ୍ୟନ୍ତ ରହିବେ । ବର୍ତ୍ତମାନ ଚାରୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କୁ ଏହି ସୁବିଧା ମିଳିବ । ଏହା ହେଉଛି ସୁପରସ୍ପେଶାଲିଟି ସେବା । କେଶ ଦେଖିକି ଡାକ୍ତରି ଦଳକୁ ପଠାଯିବ । ସିଡିଏମ ଓ ମାନେ ଜଣାଇବା ପରେ ଡାକ୍ତରି ଟିମ ପଠାଯିବ । ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
 

Related News
satta king tw